ବଡ଼ଦିନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ପବିତ୍ର ବଡ଼ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମାନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୁଇଟ୍‌ କରି ରାଷ୍ଟ୍ରପତି କହିଛନ୍ତି ଭାରତ ଓ ଭାରତ ବାହାରେ ରହୁଥିବା ଖ୍ରୀଷ୍ଟ ଧର୍ମାବଳମ୍ବୀ ଭାଇ-ଭଉଣୀମାନଙ୍କୁ ବଡ଼ଦିନର ଶୁଭେଚ୍ଛା । ଆମ ଜୀବନ ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଦିଆଯାଇଥିବା ଶିକ୍ଷା ପ୍ରେରଣାର ଉତ୍ସ ହେଉ । ସେହପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ପବିତ୍ର ଦିବସରେ ସମସ୍ତେ ସୁସ୍ଥ ରୁହନ୍ତୁ ବ‌ୋଲି ମୋଦୀ କାମନା କରିଛନ୍ତି ।

ଆଜି ସମଗ୍ର ବିଶ୍ୱ ସମେତ ଭାରତରେ ବଡ଼ଦିନ ପାଳନ କରାଯାଉଛି। କିନ୍ତୁ ଦୁଃଖର ବିଷୟରେ ଓମିକ୍ରନ ସଂକ୍ରମଣ ଯୋଗୁଁ ବିଶ୍ୱ ସଂକଟ ପରିସ୍ଥିତି ଦେଇ ଗତି କରୁଥିବାରୁ କଟକଣା ମଧ୍ୟରେ ପର୍ବ ପାଳନ କରାଯାଉଛି ।

Leave a Reply

Your email address will not be published.