ବର୍ଷାଙ୍କୁ ନ୍ୟାୟ ମିଳୁ ଏଭଳି ପ୍ରତିକ୍ରିୟା ରଖିଲେ ଅନୁଭବ

ଭୁବନେଶ୍ଵର: ବର୍ଷା ଅନୁଭବ ଘରୋଇ ହିଂସା ମାମଲାରେ ଆଜି କଟକ ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତି । କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି ଅନୁଭବ । ତେବେ ଯିଏ ଦୋଷୀ ତାଙ୍କୁ ଦଣ୍ଡ ମିଳୁ ବୋଲି କହିଛନ୍ତି ଅନୁଭବ ।

ସେପଟେ କୋର୍ଟଙ୍କ ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି ବୋଲି ମତ ଦେଇଥିବା ବେଳେ ତାଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଅନୁଭବ । ସେହିପରି ନୂଆବର୍ଷ ଅବସରରେ ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରାପଡା ସାଂସଦ ।

ସୂଚନା ଥାଉକି ପାରିବାରିକ ହିଂସା ଘଟଣାରେ ବର୍ଷା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଆଜି ଏହାର ଶୁଣାଣି ସମୟରେ ଅନୁଭବ କୋର୍ଟରେ ହାଜର ହୋଇ ତାଙ୍କୁ ନ୍ୟାୟ ମିଳୁ ବୋଲି କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published.