ପୂର୍ବତନ ଫୁଟୁବଲ ଖେଳାଳିଙ୍କର ବିୟୋଗ


ବାରଙ୍ଗ: ମରିଚିଆ ୟୁଥ ସ୍ପୋର୍ଟସ କ୍ଲବର ଜଣେ ଆଗ ଧାଡ଼ିର ଫୁଟୁବଲ ଖେଳାଳି କବିନ୍ଦ୍ର ପରିଡା (କବି)ଙ୍କର ଆଜି ୫୬ ବର୍ଷ ବୟସରେ ଅକସ୍ମାତ ମୃତ୍ୟୁ ଘଟିଛି । ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି । କବିଙ୍କ ମୃତ୍ୟୁ ଖବର ଗ୍ରାମରେ ପ୍ରଘଟିତ ହେବା ପରେ ବହୁ କ୍ରୀଡ଼ାପ୍ରେମୀମାନେ ତାଙ୍କ ବାସଭବନରେ ପହଂଚି ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ପ୍ରଦାନ କରିବା ସହ ଶେଷ ଦର୍ଶନ କରିଥିଲେ । ଏହା ସହିତ ମରିଚିଆ ୟୁଥ ସ୍ପୋର୍ଟସ କ୍ଲବ ଜଣେ ଭଲ କ୍ରୀଡ଼ାବିତଙ୍କୁ ହରାଇଛି । ପ୍ରକାଶଯେ, କବିନ୍ଦ୍ର ଜଣେ ବରିଷ୍ଠ ପାଲା ଗାୟକ ଭାବରେ ବିଭିର୍ଣ୍ଣ ଅଂଚଳରେ ସୁନାମ ଅର୍ଜନ କରିଥିବା ବେଳେ କିଛି ବର୍ଷ ପୂର୍ବେ ମରିଚିଆ ୟୁଥ ସ୍ପୋର୍ଟସ କ୍ଲବ ତରଫରୁ ଅନେକ ମ୍ୟାଚ ଖେଳି କ୍ଲବକୁ ଚାମ୍ପିଆନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହା ସହିତ ବାରଙ୍ଗ ସମେତ କଟକ ଓ ଭୁବନେଶ୍ୱର ଆଦି ଅଞ୍ଚଳର ବିଭିର୍ଣ୍ଣ ଟୁର୍ଣ୍ଣମେଣ୍ଟରେ ଦର୍ଶନୀୟ କ୍ରୀଡା ପ୍ରଦର୍ଶନ କରିଥିଲେ । ଆଜି ତାଙ୍କର ମୃତ୍ୟୁ ଘଟିବା ନେଇ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।ଶେଷରେ ମରିଚିଆ ଗ୍ରାମ ସ୍ମଶାନରେ ତାଙ୍କର ପୁଅ ବୁଲୁ ପରିଡା ପିତାଙ୍କ ମୁଖାଗ୍ନି ଦେଇଛନ୍ତି।

Leave a Reply

Your email address will not be published.