ଆଜିର ରାଶି ଚକ୍ର ଓ ପଞ୍ଜିକା

ଆଜିର ପଞ୍ଜିକା
*✧═════•❁❀❁•═════✧*
*ଅଦ୍ୟ ଜୁନ ମାସ ୧୭ ତାରିଖ ୨୦୨୧ ମସିହା(ଗୁରୁବାର)*
*ଶକାବ୍ଦ -୧୯୪୩*
*ସମ୍ବତ -୨୦୭୮*
*ସାଲ-୧୪୨୮*
*ସମ୍ବତ୍ସର -ରାକ୍ଷସ*
*ଜ୍ୟେଷ୍ଠମାସ-ଶୁକ୍ଳପକ୍ଷ*
*ତିଥି-ସପ୍ତମୀ ରାତ୍ରି ଘ ୧୦/୦୧ ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ*
*ନକ୍ଷତ୍ର- ପୂର୍ବା ଫାଃ ରାତ୍ରି ଘ ୧୦/୫୧ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରା ଫାଃ*
*ଚନ୍ଦ୍ର-ସିଂହ ରାତ୍ରି ଘ ୦୪/୪୩ ପର୍ଯ୍ୟନ୍ତ ତଦନ୍ତେ କନ୍ୟା*
*ଯୋଗ-ବଜ୍ର*
*କରଣ-ଗର*
*ସୌରମାସ-ମିଥୁନ ୦୩ ଦିନ*
*ଅଦ୍ୟ ବସୁମତୀ ସ୍ନାନ*
*✧═════•❁❀❁•═════✧*
*ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୦୪*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୪୯*
*✧═════•❁❀❁•═════✧*
*ଯୋଗିନୀ ବାୟବ୍ୟେ ରାତ୍ରି ଘ ୧୦/୦୧ ପର୍ଯ୍ୟନ୍ତ ତଦନ୍ତେ ଐଶାନ୍ୟେ*
*କର୍କଟ ଓ ମକର ରାଶିର ଘାତଚନ୍ଦ୍ର*
*ତୁଳା ଓ କୁମ୍ଭ ରାଶିର ଘାତବାର*
*ସପ୍ତମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
✧═════•❁❀❁•═══
*କାଳବେଳ। ଓ ବାରବେଳ।- ଦିବା ଘ ୦୩/୦୪ଗତେ ଘ୦୬/୨୫ମଧ୍ୟେ*
✧═════•❁❀❁•═══
*ବିଶୁଦ୍ଧଅମୃତବେଳ। -ଦିବା ଘ୦୨/୪୬ ଗତେ ଘ୦୩/୦୩ ମଧ୍ୟେ ଓ ରାତ୍ରି ଘ୦୭/୧୨ ଗତେ ଘ୦୯/୩୯ ମଧ୍ୟେ*
*ବିଶୁଦ୍ଧ ମହେନ୍ଦ୍ର ବେଳ।- ଦିବା ଘ୦୬/୦୦ ମଧ୍ୟେ ଓ ଘ୦୯/୧୨ ଗତେ ଘ୧୦/୪୯ ମଧ୍ୟେ**
*═✧*══•❁❀❁•═════✧
*ଆଦ୍ୟ ତାଳ ରାତ୍ରି ଘ ୧୦/୦୧ ଗତେ ନଡ଼ିଆ ଭକ୍ଷଣ ନିଷେଧ*
═✧*══•❁❀❁•═════
ଆଜିର ରାଶିଚକ୍ର
*✧═════•❁❀❁•═════✧*
*ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ।**
*✧═════•❁❀❁•═════✧*
*ବୃଷ: ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।*
*✧═════•❁❀❁•═════✧*
*ମିଥୁନ: ଆଜି କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।*
*✧═════•❁❀❁•═════✧*
*କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।*
*✧═════•❁❀❁•═════✧*
* ସି˚ହ: ମାଆ ଦୁର୍ଗାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।*

*✧═════•❁❀❁•═════✧*
*କନ୍ୟା: ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।*
*✧═════•❁❀❁•═════✧*
*ତୁଳା: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।*
*✧═════•❁❀❁•═════✧*
*ବିଛା: ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନର ବାଟ ଫିଟିବ।*
*✧═════•❁❀❁•═════✧*
*ଧନୁ: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।*
*✧═════•❁❀❁•═════✧*
*ମକର: ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।*
*✧═════•❁❀❁•═════✧*
*କୁମ୍ଭ: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।*
*✧═════•❁❀❁•═════✧*
*ମୀନ: ଆଧାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।*
*✧═════•❁❀❁•═════✧*

Leave a Reply

Your email address will not be published.