test_app

କଟକ: ଗତ ତିନିମାସରେ କଟକ କମିଶନରରେଟ ପୋଲିସ ୪୩ଟି ବନ୍ଧୁକ ଓ ୨୨୫ ଗୁଳି ଜବତ କରିଛି ।
କଟକରୁ ପୁଣି ଏକ ବନ୍ଧୁକ ରାକେଟ ଠାବ କରାଯାଇଛି । ୧୧ଟି ବନ୍ଧୁକ ସହ ବିପୁଳ ୫୧ ଗୁଳି ଜବତ ହୋଇଛି । ବନ୍ଧୁକ କାରବାର ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି କଟକ ଡିସିପି । ଡ଼ି ବ୍ରଦର୍ଶ ସହଯୋଗୀ ଟୁକୁନା ସ୍ୱାଇଁକୁ ଜେରା କରିବାରୁ ପୋଲିସକୁ ଏସବୁ ତଥ୍ୟ ମିଳିଛି । କଟକରେ ୩ମାସ ମଧ୍ୟରେ ୪୩ଟି ବନ୍ଧୁକ ଓ ୨୨୫ଗୁଳି ଜବତ କରାଯାଇଛି । ଯାହା ପୋଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.