୫୦ ହଜାର ପାର୍ କଲା ସୁନା ଦର

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ରେକର୍ଡ ଭାଙ୍ଗିଛି ସନା ଦର । ବଜାରରେ ସୁନା ୫୫୨ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୫୦, ୫୧୮ରେ ପହଞ୍ଚିଛି । ଏନେଇ ସୂଚନା ଏଚଡିଏଫସି ସିକ୍ୟୁରିଟିସ୍ ଦ୍ୱାରା ଦିଆଯାଇଛି । ସୂଚନା ଅନୁସାରେ ଆନ୍ତର୍ଜାତୀୟ ବଜାରରେ ବୃଦ୍ଧି ଏବଂ ମୁଦ୍ରାସ୍ପୀତୀ ହ୍ରାସ ହେତୁ ମଙ୍ଗଳବାର ଦିନ ସୁନା ଏବଂ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି । ଏହି କାରଣରୁ, ପୂର୍ବ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ ପିଛା ୪୯, ୯୬୬ ଟଙ୍କା ରହିଥିଲା । ସେହିଭଳି ରୂପା ୧,୦୧୨ ଟଙ୍କା ଟପି କିଲୋଗ୍ରାମ ପିଛା ୬୪, ୪୧୫ ଟଙ୍କା ଛୁଇଁଛି । ଋଷ ଏବଂ ୟୁକ୍ରେନ ମଧ୍ୟରେ ତିକ୍ତତା ବୃଦ୍ଧି ହେତୁ ବୈଦେଶିକ ମୁଦ୍ରା ବଜାରରେ ଡଲାର ତୁଳନାରେ ୩୧ ପଇସା ହ୍ରାସ ହୋଇ ୭୪.୮୬ରେ ପହଞ୍ଚିଛି ।

Leave a Reply

Your email address will not be published.