ଠକ ଡାକ୍ତର ରମେଶ ଗରିଫ ଘଟଣାରେ ପୁଣି ଆସିଲା ନୂଆ ମୋଡ

କଟକ, (ନାଗରାଜ ନ୍ୟୁଜ): ଠକ ଡାକ୍ତର ରମେଶ ସ୍ୱାଇଁ ଗରିଫ ଘଟଣାରେ ପୁଣି ଆସିଲା ନୂଆ ମୋଡ । କଟକ ଆଠଗଡ଼ ଠାରେ ଥିବା ରମେଶର ଫାର୍ମ ହାଉସରେ ପହଁଚି ଖୁଣ୍ଟୁଣି ଥାନା ପୋଲିସ ଛାନବିନ ଆରମ୍ଭ କରିଛି । ଲୋକଙ୍କ ଠାରୁ ଠକେଇରୁ ମିଳିଥିବା ଟଙ୍କାରେ ରମେଶ କିଣିଥିବା ଅଭିଯୋଗ ପାଇବା ପରେ ପୋଲିସ ପ୍ରାୟ ୩୦ ଏକର ସ୍ଥାନରେ ପରିମିତ ଏହି ଫାର୍ମ ହାଉସରେ ରେଡ କରିଛି । ମିଳିଥିବା ସୂଚନା ମୁତାବକ ରସିକିଆ ଡାକ୍ତର ରମେଶ ଖୁଣ୍ଟୁଣି ଅଞ୍ଚଳରେ ଏହି ଫାର୍ମ ହାଉସ କରିଥିବା ବେଳେ ସେହି ଫାର୍ମ ହାଉସରେ ଲଗାଯାଇଥିବା ଚାରାକୁ ଜଣେ ଆନ୍ଧ୍ର ବ୍ୟବସାୟୀଙ୍କ ଠାରୁ ବାକିରେ ଆଣିଥିଲେ । କିନ୍ତୁ ବାକି ଟଙ୍କା ଶୁଝି ନାହାଁନ୍ତି । ଏନେଇ ସମ୍ପୃକ୍ତ ବ୍ୟବସାୟୀ ଜଣକଙ୍କ ପୋଲିସରେ ଅଭିଯୋଗ କରିବା ପରେ ଆଜି ପୋଲିସ ଏହି ରେଡ କରିଥିଲା । ତେବେ ଜାଞ୍ଚ ସମୟରେ ଫାର୍ମ ହାଉସରେ କାମ କରୁଥିବା କର୍ମଚାରୀମାନଙ୍କର ମଧ୍ୟ ଦରମା ସହିତ ଠିକାରେ କାମ କରୁଥିବା ସଂସ୍ଥାର ଟଙ୍କା ମଧ୍ୟ ବାକି ରଖିଛନ୍ତି । ସେପଟେ ରମେଶ ନିୟମିତ ବ୍ୟବଧାନରେ ଏହି ଫାର୍ମ ହାଉସକୁ ଆସୁଥିବା ଏବଂ ସେମାନଙ୍କର ଟଙ୍କା ମଧ୍ୟ ବକେୟା ରଖିଥିବା କଥା କହିଛନ୍ତି ଫାର୍ମ ହାଉସ କର୍ମଚାରୀ ।

Leave a Reply

Your email address will not be published.