କନ୍ନଡ ଅଭିନେତା ଚେତନ କୁମାର ଗିରଫ

ନୂଆଦିଲ୍ଳୀ,(ନାଗରାଜ ନ୍ୟୁଜ) : ଗିରଫ ହେଲେ କନ୍ନଡ ଅଭିନେତା ତଥା ସମାଜିକ କର୍ମୀ ଚେତନ କୁମାର ଅହିଂସା । ହିଜାବ ବିବାଦରେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ଟ୍ୱିଟ୍ କରିଥିଲେ । ତାଙ୍କ ବିରୋଧରେ ଥାନାରେ ଆଇପିସି ଧାରା ୫୦୫-୨, ୫୦୪ ଅନୁସାରେ ମାମଲା ଦାୟର ହେବା ପରେ ଚେତନଙ୍କୁ ଗିରଫ କରିଛି ବେଙ୍ଗାଲୁର ସିଟି ପୁଲିସ । ଏନେଇ ସୂଚନା ଦେଇଛନ୍ତି ଡେପୁଟି ପୁଲିସ କମିଶନର ଏମ.ଏନ.ଅନୁଚେଠ । ସୂଚନା ଅନୁସାରେ ଜଣେ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ବିବାଦୀୟ ଟ୍ୱିଟ କରିଥିବାରୁ ପୋଲିସ ନିଜ ଆଡୁ ଏହି ମାମଲା ରୁଜ୍ଜୁ କରିଥିଲା ।

ଚେତନ କୁମାର ଫେବୃଆରୀ ୧୬ ତାରିଖରେ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କ ବିଷୟରେ ଏକ ପୁରୁଣା ଟ୍ୱିଟକୁ ରିଟ୍ୱିଟ କରିଥିଲେ । ସେହି ପୁରୁଣା ଟ୍ୱିଟରେ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କୁ ଗିରଫ ପୂର୍ବରୁ ଜଣେ ବଳତ୍କାର ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବାକୁ କୁହାଯାଇଥିଲା । ଏହାକୁ ରିଟ୍ୱିଟ୍ କରି ଚେତନ କୁମାର ହିଜାବ ବିବାଦକୁ ନେଇ ଜଷ୍ଟିସ କୃଷ୍ଣ ଦୀକ୍ଷିତଙ୍କ ଉପରେ ଆପତ୍ତିଜନକ ଟ୍ବିଟ୍‌ ଦେଇଥିଲେ।

Leave a Reply

Your email address will not be published.