ବରିଷ୍ଠ କଳାକାର ସଂଘ ପକ୍ଷରୁ ଶୋକସଭା

ବାଲେଶ୍ଵର,(ନାଗରାଜ ନ୍ୟୁଜ): କଳା ଓ କଳାକାର ହିତୈଷୀ ମହାମଞ୍ଚ ” ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ” ପକ୍ଷରୁ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ସଙ୍ଗୀତ ନିର୍ଦେଶକ ବାପି ଲାହିରି ଓ ଓଡ଼ିଆ ଭାଷା ସାହିତ୍ୟର ଲବ୍ଧ ପ୍ରତିଷ୍ଠିତ ବିନ୍ଧାଣି ପ୍ରଫେସର୍ ଡା. ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ସ୍ଥାନୀୟ ସୁବାରାଓ ଛକ ସ୍ଥିତ ଶ୍ରୀ ଜଗନ୍ନାଥ ଚିତ୍ରାଳୟ ପରିସରରେ ସଂଘ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସାରସ୍ଵତ ସାଧିକା ବନ୍ଦନା ମହାପାତ୍ର, ସଙ୍ଗୀତ ଶିକ୍ଷୟିତ୍ରୀ ଚିରସ୍ମିତା ରଥ ଓ ବନ୍ଦନା ନନ୍ଦ, ଅଭିନେତ୍ରୀ ଛବିରାଣୀ ମହାନ୍ତି, କଣ୍ଠଶିଳ୍ପୀ ହରପ୍ରିୟା ମିଶ୍ର ଆଲୋଚକ ଭାବେ ଯୋଗ ଦେଇ ଦିବଂଗତ ପ୍ରତିଭା ଓ ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ଵ ଦ୍ବୟଙ୍କ ସ୍ମୃତି ଚାରଣ ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଷନ୍ ସ୍ବାଗତ ଭାଷଣ କ୍ରମରେ ଉଭୟଙ୍କ ସଂକ୍ଷିପ୍ତ ଜୀବନୀ ଓ କୃତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।
ସର୍ବ ପ୍ରଥମେ ଦିବଂଗତ ଆତ୍ମାର ସଦଗତି କାମନା ପୂର୍ବକ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହି ଅବସରରେ ଆଗାମୀ ମାର୍ଚ୍ଚ ୮ ତାରିଖ ଦିନ ସ୍ଥାନୀୟ ପ୍ରକାଶମ୍ ହଲ୍ ଠାରେ ବିଶ୍ଵ ମହିଳା ଦିବସ ପାଳନ ପରିପ୍ରେକ୍ଷୀରେ ସଂଘ ମହିଳା ଶାଖା ତରଫରୁ କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ପ୍ରଫୁଲ୍ଲ ଚନ୍ଦ୍ର ନାୟକ, କୁନୁ ବେହେରା, ରବୀନ୍ଦ୍ର କୁମାର ନାୟକ, ବଳଦେବ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଅନଲାଇନ୍ ଯୋଗେ ବାଲେଶ୍ଵର କବି,ସାହିତ୍ୟିକ,ସାମ୍ବାଦିକ ଓ ସଭ୍ୟ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ସମସ୍ତ ମଞ୍ଚାସୀନ ଅତିଥି ଓ ଆୟୋଜକ କର୍ମକର୍ତ୍ତା ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published.