କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): କମିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଓ ଡିଜେଲ ଦାମ ଉପରୁ କେନ୍ଦ୍ର ସରକାର ଏକ୍ସସାଇଜ ଡ୍ୟୁଟି ହ୍ରାସ କରିଛନ୍ତି । ଡିଜେଲ ଉପରୁ ଏକ୍ସସାଇଜ ଡ୍ୟୁଟି ୧୦ ଟଙ୍କା ହ୍ରାସ ହୋଇଥିବାବେଳେ ପେଟ୍ରୋଲ ଉପରୁ ଏକ୍ସସାଇଜ ଡ୍ୟୁଟି ୫ ଟଙ୍କା ହ୍ରାସ କରାଯାଇଛି । ଆଜି ମଧ୍ୟରାତ୍ରିରୁ ନୂଆ ଦାମ ଲାଗୁ ହେବ । ଲଗାତର ତେଲ ଦାମ ବଢିବା ଯୋଗୁଁ ସାଧାରଣ ନାଗରିକ ଚିନ୍ତାରେ ପଡିଯାଇଥିଲେ । ତେବେ ଦିପାବଳୀ ପୂର୍ବ ଦିନ ରାତିରେ କେନ୍ଦ୍ର ସରକାର ସାଧାରଣ ନାଗରିକଙ୍କୁ ଦିପାବଳୀ ଉପହାର ଦେଇଛନ୍ତି । ପେଟ୍ରୋଲ-ଡିଜେଲ୍ ଉପରେ ଏକ୍ସସାଇଜରେ ୫ ଟଙ୍କା ଓ ୧୦ ଟଙ୍କା କମିଛି । ଏହି ଦୃଷ୍ଟିରୁ ତେଲ ଦାମ ମଧ୍ୟ କମିବ । ନିଶ୍ଚିତ ଭାବେ ଏହା ଦେଶବାସୀଙ୍କ ପାଇଁ ଏକ ଖୁସି ଖବର ।

ଏବେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ବୁଧବାର ଦିନ ଲିଟର ପିଛା ୧୧୦.୦୪ ଥିବାବେଳେ ଡିଜେଲ ଲିଟର ୯୮.୪୨ ରେ ବିକ୍ରି ହେଉଛି । ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୧୫.୮୫ ଥିବାବେଳେ ଡିଜେଲ ଲିଟର ପିଛା ୧୦୬.୬୨ ଥିଲା। ସେହିପରି ଭୁବନେଶ୍ୱରରେ ୧୧୧.୬ ଥିବାବେଳେ ଡିଜେଲ ଦର ୧୦୭.୩୯ ରହିଥିଲା । ଗତ କିଛି ମାସ ମଧ୍ୟରେ ଅଶୋଧିତ ତୈଳ ମୂଲ୍ୟରେ ବିଶ୍ୱରେ ବୃଦ୍ଧି ଘଟିଛି। ଫଳସ୍ୱରୂପ, ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ଘରୋଇ ମୂଲ୍ୟ ଆକାଶଛୁଆଁ ହୋଇଛି । ଏହି ନିଷ୍ପତ୍ତି ସାମଗ୍ରିକ ଅର୍ଥନୈତିକ ଚକ୍ରକୁ ଆହୁରି ଉତ୍ସାହିତ କରିବ ବୋଲି ଆଶା କରାଯାଉଛି ବୋଲି କେନ୍ଦ୍ର ପକ୍ଷରୁ ଏକ ମନ୍ତବ୍ୟରେ କୁହାଯାଇଛି ।

Leave a Reply

Your email address will not be published.