୪୨ ମୁଣ୍ଡ ନେଲା କରୋନା

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣଙ୍କ ହାର କମିଥିଲେବି ମୃତକଙ୍କ ସଂଖ୍ୟା ଶିଖରସ୍ତର ଦେଇ ଗତି କରୁଛି । ପ୍ରତିଦିନ  ପ୍ରାୟ ୪୦ ଜଣଙ୍କ ଜୀବନ ନେଉଛି କରୋନା ମହାମାରୀ । ଆଜିବି ସମାନ ପରିସ୍ଥିତି । ଗତ ୨୪ ଘଣ୍ଟା ଭିତରେ କରୋନାରେ ୪୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି।

ମୃତକଙ୍କ ମଧ୍ୟରୁ ଅନୁଗୁଳ, କଟକ, ଖୋର୍ଦ୍ଧାରୁ ୪ ଜଣ ଲେଖାଏଁ ରହିଥିବା ବେଳେ ବୌଦ୍ଧ, ଦେବଗଡ, କଳାହାଣ୍ଡି, ଝାରସୁଗୁଡାରୁ ୩ ଲେଖାଏଁ ରହିଛନ୍ତି । ସେହିପରି ଗଜପତି, ଜଗତସିଂହପୁର, ମୟୁରଭଞ୍ଜ, ରାୟଗଡା, ସୁନ୍ଦରଗଡରୁ ୨ ଲେଖାଏଁ ରହିଥିବା ବେଳେ ପୁରୀ, ନୂଆପଡା, ମାଲକାନଗିରି, କନ୍ଧମାଳ, ଯାଜପୁର, ଗଞ୍ଜାମ, ବରଗଡ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

Leave a Reply

Your email address will not be published.