ସ୍ଲଟ ବୁକ ନକରି ନେଇହେବ ଦ୍ବିତୀୟ ଡୋଜ

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଧୀରେ ଧୀରେ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ଏହି କାରଣରୁ ଟିକାକରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଏହାରି ଭିତରେ ୧୮-୪୪ ବର୍ଷର ଲୋକଙ୍କ ପାଇଁ ସରକାର ଦ୍ୱିତୀୟ ଡୋଜ ନେବା ପାଇଁ ସୁବିଧା କରିଛନ୍ତି ।

କାରଣ ଯେଉଁମାନେ ମେ ୩ରୁ ମେ ୧୪ ଭିତରେ ବିଏମସି ଅଧୀନରେ ନିଜ ପ୍ରଥମ ଡୋଜ ଟିକା ନେଇଛନ୍ତି, ସେମାନେ ସ୍ଲଟ ବୁକ୍ ନକରି ବି ପ୍ରଥମ ଡୋଜ ଟିକା ନେଇଥିବା ସ୍ଥାନରେ ଟିକା ନେଇ ପାରିବେ। ଦ୍ୱିତୀୟ ଡୋଜ ଟିକା ନେବା ପାଇଁ କେବଳ ପ୍ରଥମ ଡୋଜ ଟିକାକରଣ ସାର୍ଟିଫିକେଟ ନେଇ ଆସିବେ । 

Leave a Reply

Your email address will not be published.