ରାଜ୍ୟରେ ପୁଣି ୬୭ ମୁଣ୍ଡ ନେଲା କରୋନା

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମିବାର ନ ଧରୁନି । ଦୈନିକ ରାଜ୍ୟରେ ୬୦ରୁ ଉର୍ଦ୍ଧ୍ବ ମୃତ୍ୟୁ ସଂଖ୍ଯା ରହୁଛି ।ଆଜି ରାଜ୍ୟରେ ଆଉ ୬୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪୯୯୨ରେ ପହଁଞ୍ଚିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଗଞ୍ଜାମରୁ ୮, ସୁନ୍ଦରଗଡ଼ରୁ ୭, ମୟୂରଭଞ୍ଜ ଓ ପୁରୀରୁ ୬, ବରଗଡ଼ରୁ ୪, ନୟାଗଡ଼ରୁ ୩ ଏବଂ ଅନୁଗୁଳ, ଭଦ୍ରକ, ବୌଦ୍ଧ, ଗଜପତି, ଜଗତସିଂହପୁର, ଯାଜପୁର, କଳାହାଣ୍ଡି ଓ କନ୍ଧମାଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ ବରଣ କରିଛନ୍ତି ।

Leave a Reply

Your email address will not be published.