କରୋନାରେ ରେକର୍ଡ ସଂଖ୍ୟକ ମୃତ୍ଯୁ, ୪୭ ମୁଣ୍ଡ ନେଲା କରୋନା

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଉଥିବାବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଆଜି କରୋନାରେ ସର୍ବାଧିକ ୪୭ ଜଣଙ୍କ ମୃତ୍ୟୁ ଘଟିଛି । ନୂଆ ମୃତକଙ୍କୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୫୭କୁ ବୃଦ୍ଧି ପାଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଆଜି ଖୋର୍ଦ୍ଧାରୁ ୬ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ କଟକରୁ ୫ ଜଣ ପ୍ରାଣ ହରାଇଛନ୍ତି । ଅନୁଗୋଳ ଓ ବରଗଡ଼ରୁ ୪ ଜଣ ଲେଖାଏଁ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ବଲାଙ୍ଗିର, ଯାଜପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Leave a Reply

Your email address will not be published.