୫ ହଜାର ତଳକୁ ଖସିଲା ସଂକ୍ରମଣଙ୍କ ସଂଖ୍ଯା

ଭୂବନେଶ୍ବର: ଆଜି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ତଳକୁ ହ୍ରାସ ପାଇଛି । ଗତ ୨୪ ଘଂଟାରେ ୪, ୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ଜଣାଇଛି । ନୂଆ ସଂକ୍ରମିତଙ୍କ ମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରୁ ୨୭୬୫ ଜଣ ରହିଥିବାବେଳେ ୨୦୮୭ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସୂଚନା ମିଳିଛି ।

ଆଜି ଅନୁଗୁଳରୁ ୨୭୫, ବାଲେଶ୍ୱରରୁ ୩୬୪, ବରଗଡରୁ ୬୧, ଭଦ୍ରକରୁ ୨୨୨, ବଲାଙ୍ଗୀରରୁ ୩୧, ବୌଦ୍ଧରୁ ୫୭, କଟକରୁ ୫୦୫, ଦେବଗଡ଼ରୁ ୨୦, ଢେଙ୍କାନାଳରୁ ୧୫୦, ଗଜପତିରୁ ୪୮, ଗଞ୍ଜାମରୁ ୪୦, ଜଗତସିଂହପୁରରୁ ୧୮୦, ଯାଜପୁରରୁ ୩୮୨, ଝାରସୁଗୁଡ଼ାରୁ ୧୬, କଳାହାଣ୍ଡିରୁ ୬୦, କନ୍ଧମାଳରୁ ୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୨୮୭, କେନ୍ଦୁଝରରୁ ୯୬, ଖୋର୍ଦ୍ଧାରୁ ୬୪୯, କୋରାପୁଟରୁ ୮୮, ମାଲକାନଗିରିରୁ ୮୯, ମୟୂରଭଞ୍ଜରୁ ୨୧୦, ନବରଙ୍ଗପୁରରୁ ୧୦୮, ନୟାଗଡ଼ରୁ ୧୩୬, ନୂଆପଡାରୁ ୨୨, ପୁରୀରୁ ୨୩୭, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୪୧, ସୋନପୁରରୁ ୩୫, ସୁନ୍ଦରଗଡରୁ ୧୫୭ ଓ ଷ୍ଟେଟ ପୁଲରୁ ୯୮ ଜଣ ପଜିଟିଭ ରହିଛନ୍ତି ।

ଆଜିର ନୂତନ ମାମଲାକୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୪୭୩୧୩କୁ ବୃଦ୍ଧି ପାଇଥିବାବେଳେ ୭୮୧୪୮୮ ଜଣ ଆରୋଗ୍ୟ ହୋଇଛନ୍ତି । ୬୨୫୧୫ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି । ଏବେ ସୁଦ୍ଧା ୧୨୫୯୦୩୬୩ କରୋନା ନମୁନା ସଂଗ୍ରହ ହୋଇଛି ।

Leave a Reply

Your email address will not be published.