ପୁଣି ଉପର ମୁହଁ କରୋନା ଗ୍ରାଫ୍

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିଥିବାର ଜଣାପଡିଛି । ୪ରୁ ୫ ଦିନ ହେବ ସଂକ୍ରମଣ ହାର କମିଥିବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଥିଲା । ଆଜି ସଂକ୍ରମଣ ହାର ପୁଣି ଦଶହଜାର ମୁହାଁ ହୋଇଛି । ରାଜ୍ୟରେ ଗତ ୨୪ ଘଂଟାରେ ୯,୫୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ୫୩୪୩ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୪୧୯୮ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।   

ଆଜି ଅନୁଗୁଳରୁ ୫୬୨, ବାଲେଶ୍ୱରରୁ ୩୦୨, ବରଗଡରୁ ୨୮୪, ଭଦ୍ରକରୁ ୪୬୪, ବଲାଙ୍ଗୀରରୁ ୧୦୧, ବୌଦ୍ଧରୁ ୧୭୭, କଟକରୁ ୭୧୬, ଦେବଗଡ଼ରୁ ୬୧, ଢେଙ୍କାନାଳରୁ ୧୧୭, ଗଜପତିରୁ ୬୯, ଗଞ୍ଜାମରୁ ୧୫୦,ଜଗତସିଂହପୁରରୁ ୨୯୯, ଯାଜପୁରରୁ ୪୮୯, ଝାରସୁଗୁଡ଼ାରୁ ୧୪୦, କଳାହାଣ୍ଡିରୁ ୩୧୫, କନ୍ଧମାଳରୁ ୧୦୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୧୧୪, କେନ୍ଦୁଝରରୁ ୧୭୭, ଖୋର୍ଦ୍ଧାରୁ ୧୩୪୨, କୋରାପୁଟରୁ ୨୧୫, ମାଲକାନଗିରିରୁ ୧୨୩, ମୟୂରଭଞ୍ଜରୁ ୬୯୫, ନବରଙ୍ଗପୁରରୁ ୨୫୪, ନୟାଗଡ଼ରୁ ୨୩୦, ନୂଆପଡାରୁ ୫୦, ପୁରୀରୁ ୫୨୮, ରାୟଗଡ଼ାରୁ ୧୬୪, ସମ୍ବଲପୁରରୁ ୨୨୯, ସୋନପୁରରୁ ୨୪୫,ସୁନ୍ଦରଗଡରୁ ୫୯୫ ଓ ରାଜ୍ୟ ପୁଲରୁ ୨୨୭ ଜଣ ସଂକ୍ରମିତ ରହିଛନ୍ତି ।

ଆଜିର ନୂଆ ମାମଲାକୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫୬୬୮୪କୁ ବୃଦ୍ଧି ପାଇଛି । ଏବେ ସୁଦ୍ଧା ୯୫୨୬୬ ଜଣ କରୋନା ସଂକ୍ରମିତ ଚିକିତ୍ସିତ ଅବସ୍ଥାରେ ରହିଥିବାବେଳେ ୬୫୮୬୪୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୧୭୧୧୪୫୯ କରୋନା ନମୁନା ଯାଞ୍ଚ ହୋଇଛି ।

Leave a Reply

Your email address will not be published.