ପୁଣି ୩ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ଵର: ସାରା ରାଜ୍ୟ ଏବେ ଧୀରେ ଧୀରେ ଅନଲକ୍ ଅନଲକ୍ ଆଡେ ଗତି କରୁଛି । ଦୈନିକ ସଂକ୍ରମଣ କମୁଥିବାରୁ ଲକଡାଉନ କଟକଣାକୁ କୋହଳ କରିଦିଆ ଯାଇଛି । ଆଜି ରାଜ୍ୟରେ ୩୦୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି । ସେମାନଙ୍କ ମଧ୍ୟରୁ ୧୭୭୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୧୩୧୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଜି ଖୋର୍ଦ୍ଧାରୁ ୫୮୪, କୋରାପୁଟରୁ ୭୭, କେନ୍ଦ୍ରାପଡାରୁ ୭୦, କେଉଁଝରରୁ ୭୨, ମାଲକାନଗିରିରୁ ୮୪, ମୟୂରଭଞ୍ଜ ରୁ ୧୫୪, ନବରଙ୍ଗପୁରରୁ ୩୫, ନୟାଗଡ଼ରୁ ୧୧୦, ନୂଆପଡାରୁ ୬, ପୁରୀରୁ ୧୮୯, ରାୟଗଡାରୁ ୨୧, ସମ୍ବଲପୁରରୁ ୩୧, ସୋନପୁରରୁ ୨୪, ସୁନ୍ଦରଗଡରୁ ୫୯ ଓ ଷ୍ଟେଟ ପୁଲରୁ ୯୭ ଜଣ ସଂକ୍ରମିତ ରହିଛନ୍ତି ।

ସେହିପରି ଅନୁଗୁଳରୁ ୭୮, ବାଲେଶ୍ବରରୁ ୨୪୬, ବରଗଡରୁ ୩୬, ଭଦ୍ରକରୁ ୧୪୫, ବଲାଙ୍ଗୀରରୁ ୨୧, ବୌଦ୍ଧରୁ ୩୫,  କଟକରୁ ୪୬୨, ଦେବଗଡରୁ ୩, ଢେଙ୍କାନାଳରୁ ୯୫, ଗଜପତିରୁ ୧୬, ଗଞ୍ଜାମରୁ ୨୨, ଜଗତସିଂହପୁରରୁ ୬୦, ଯାଜପୁରରୁ ୨୦୫, ଝାରସୁଗୁଡାରୁ ୫, କଳାହାଣ୍ଡିରୁ ୧୭, କନ୍ଧମାଳରୁ ୨୮ ଜଣ ସଂକ୍ରମିତ ରହିଛନ୍ତି ।

ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ମାମଲା ୯୧୨୮୮୭କୁ ବୃଦ୍ଧି ପାଇଛି । ସେମଧ୍ୟରୁ ୮୭୭୫୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୧୨୩୧ ଜଣ ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published.