ରାଜ୍ୟରେ ପୁଣି ୩୯ କରୋନା ସଂକ୍ରମିତଙ୍କ ମୃତ

ଭୂବନେଶ୍ବର: ରାଜ୍ୟରେ ଦୈନିକ ସଂକ୍ରମଣ କମୁଥିବା ଓ ବଢୁଥିବାବେଳେ ଟ୍ବିନସିଟିର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ବେଲଗାମ । କାଲି ସର୍ବାଧିକ ରହିଥିବାବେଳେ ଆଜି ସାମାନ୍ୟ ହ୍ରାସ ପାଇ ଆଉ ୩୯ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯ ଜଣଙ୍କ ମୃତ୍ୟୁ
ହୋଇଥିବାବେଳେ ବରଗଡ, ନୟାଗଡ ଓ କଟକ ଜିଲ୍ଲାରୁ ୫ ଜଣ, ସମ୍ବଲପୁର ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ, ଗଞ୍ଜାମ, କେନ୍ଦ୍ରାପଡା, ମୟୂରଭଞ୍ଜ ଓ ସୋନପୁରରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ପୁରୀରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ନୂତନ ମୃତ୍ୟୁ ମାମଲାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩,୮୮୭କୁ ବୃଦ୍ଧି ପାଇଛି।

Leave a Reply

Your email address will not be published.