୩ ହଜାର ଉପରେ ପଜିଟିଭ୍ ଚିହ୍ନଟ, ୩ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀରୁ ସମ୍ପୂର୍ଣ୍ଣ ରୂପେ ଆସ୍ବସ୍ଥି ମିଳିପାରୁନି । ବର୍ତ୍ତମାନ ଟ୍ବିନସିଟିର କିଛି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବାକୁ ପଜିଟିଭ ଚିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୯୪୩ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୪୬୫ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି ।

ଆଜି ଅନୁଗୁଳରୁ ୯୩, ବାଲେଶ୍ବରରୁ ୨୫୧, ବରଗଡରୁ ୨୪, ଭଦ୍ରକରୁ ୧୬୯, ବାଲାଙ୍ଗୀରରୁ ୨୨, ବୌଦ୍ଧରୁ ୨୮, କଟକରୁ ୫୫୩, ଦେବଗଡରୁ ୪, ଢେଙ୍କାନାଳରୁ ୭୩, ଗଜପତିରୁ ୧୪, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୦୩, ଯାଜପୁରରୁ ୨୫୮, ଝାରସୁଗୁଡାରୁ ୧୯, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରୁ ୧୧୦, କେଉଁଝରରୁ ୭୦, ଖୋର୍ଦ୍ଧାରୁ ୫୮୨, କୋରାପୁଟରୁ ୭୬, ମାଲକାନଗିରିରୁ ୭୩, ମୟୂରଭଞ୍ଜରୁ ୧୫୮, ନବରଙ୍ଗପୁରରୁ ୪୩, ନୟାଗଡରୁ ୧୬୦, ନୂଆପଡାରୁ ୬, ପୁରୀରୁ ୨୧୫, ରାୟଗଡାରୁ ୭୭, ସମ୍ବଲପୁରରୁ ୨୮, ସୋନପୁରରୁ ୧୬, ସୁନ୍ଦରଗଡରୁ ୩୭ ଓ ଷ୍ଟେଟ ପୁଲରୁ ୯୫ ଜଣ ପଜିଟିଭ ରହିଛନ୍ତି ।

ସେହିପରି ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୯୦୦୪୭୦କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ୮୬୩୮୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୨୭୦୬ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Leave a Reply

Your email address will not be published.