ରାଜ୍ୟରେ ଚିହ୍ନଟ ହେଲେ ପୁଣି ୬୨୫ ସଂକ୍ରମିତ

ଭୂବନେଶ୍ବର, (ନାଗରାଜ ନ୍ଯୁଜ): ରାଜ୍ୟରେ କରୋନା ସଂକ୍ରମଣ ହାର ତଳମୁହାଁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୮ ବର୍ଷ ବୟସର ୮୦ ଜଣ ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୬୬ ଆକ୍ରାନ୍ତ ବାହାରିଥିବା ବେଳେ ୨୫୯ଟି ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୪ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ କଟକରୁ ୫୬, ବାଲେଶ୍ୱରରୁ ୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଭିତରେ ରହିଛି । ଆଜି ବୌଦ୍ଧ, ବଲାଙ୍ଗିର, ନବରଙ୍ଗପୁର, ସୁବର୍ଣ୍ଣପୁର ଜିଲ୍ଲାରୁ କେହି ସଂକ୍ରମିତ ହୋଇନାହାନ୍ତି ।

Leave a Reply

Your email address will not be published.