ବେଲଗାମ ହେଉଛି କରୋନା ମୃତ୍ଯୁ ସଂଖ୍ଯା

ଭୂବନେଶ୍ଵର: ରାଜ୍ୟରେ କରୋନା ମହାମାରୀ ଅସହ୍ୟ ହେବାକୁ ଲାଗିଲାଣି । ପ୍ରତିଦିନ ୪୦ରୁ ଉର୍ଦ୍ଧ୍ବ ଜୀବନ ନେଉଛି ମହାମାରୀ । ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୪୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, କଟକ ଓ ନୟାଗଡ଼ ଜିଲ୍ଲାରୁ ଆଉ ୫ ଜଣ ଲେଖାଏଁ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ଼, ବୌଦ୍ଧ, ଢେଙ୍କାନାଳ ଜିଲ୍ଲାରୁ ୩ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।

ସେହିପରି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଝାରସୁଗୁଡ଼ା ଜିଲ୍ଲାରେ ୨ ଜଣ ଲେଖାଏଁ, ଜଗତସିଂପୁର, କଳାହାଣ୍ତି କନ୍ଧମାଳ, କୋରାପୁଟ, ପୁରୀ, ସମ୍ୱଲପୁର ଜିଲ୍ଲାରୁ କରୋନାରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ରାଜ୍ୟରେ କରୋନାଜନିତ ମୋଟ ମୃତ୍ୟୁସଂଖ୍ୟା ୪ହଜାର ୧୮କୁ ବୃଦ୍ଧି ପାଇଛି ।

Leave a Reply

Your email address will not be published.