ଉପରମୁହାଁ ମହାମାରୀ, ଆଜି ରାଜ୍ୟରେ ୩ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀ କ୍ରମାଗତ ଭାବେ ହ୍ରାସ ପାଉଥିବାବେଳେ ଆଜି ବୃଦ୍ଧି ହୋଇଛି । ଆଜି ରାଜ୍ୟରୁ ୩୩୭୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୯୨୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ  ୧୪୪୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଆଜି ଖୋର୍ଦ୍ଧାରୁ ୫୩୦, କୋରାପୁଟରୁ ୫୨, ମାଲକାନଗିରିରୁ ୮୦, ମୟୂରଭଞ୍ଜରୁ ୨୨୨, ନବରଙ୍ଗପୁର ୩୪, ନୟାଗଡ଼ରୁ ୧୩୫, ନୂଆପଡାରୁ ୮, ପୁରୀରୁ ୧୯୩, ରାୟଗଡାରୁ ୫୯, ସମ୍ବଲପୁରରୁ ୨୮, ସୋନପୁରରୁ ୨୨, ଅନୁଗୁଳରୁ ୯୩, ବାଲେଶ୍ବରରୁ ୨୫୮, ବରଗଡରୁ ୩୫, ଭଦ୍ରକରୁ ୧୭୬, ବଲାଙ୍ଗୀରରୁ ୧୨, ବୌଦ୍ଧରୁ ୧୯, କଟକରୁ ୪୬୮ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ଦେବଗଡରୁ ୩, ଢେଙ୍କାନାଳରୁ ୫୮, ଗଜପତିରୁ ୧୨, ଗଞ୍ଜାମରୁ ୨୧, ଜଗତସିଂହପୁରରୁ ୧୩୫, ଯାଜପୁରରୁ ୨୧୦, ଝାରସୁଗୁଡାରୁ ୧୫, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୨୯, କେନ୍ଦ୍ରାପଡାରୁ ୨୧୯ ସେହିପରି କେଉଁଝରରୁ ୭୦, ସୁନ୍ଦରଗଡରୁ ୭୨ ଓ ଷ୍ଟେଟପୁଲରୁ ୯୨ ଜଣ ପଜିଟିଭ ରହିଛନ୍ତି ।

ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୯୮୦୦କୁ ବୃଦ୍ଧି ପାଇଛି । ସେହିପରି ୮୭୪୩୦୭ ଜଣ କରୋନାରୁ ସୁସ୍ଥ ହୋଇଥିବାବେଳେ ୩୧୪୨୨ ଜଣ ବିଭିନ୍ନ ଜିଲ୍ଲାରେ ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published.