ଆଜି ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ବୁଧବାର ସନ୍ଧ୍ଯାରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କୋଭିଡ-୧୯ ଜନିତ ସୀମକ୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି । ବିଶ୍ୱସ୍ତ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରାଳୟର କାମକାର୍ଯ୍ୟ ଉପରେ ସମୀକ୍ଷା କରିବେ । ଆୟୋଜନ ହେବାକୁ ଥିବା ବୈଠକରେ ସଡ଼କ ଓ ପରିବହନ ମନ୍ତ୍ରାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର କାମକାର୍ଯ୍ୟ ଉପରେ ଆଲୋଚନା ହୋଇପାରେ । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦେଶର ଅନେକ ରାଜ୍ୟରେ ଯେତେବେଳେ ଡେଲଟା ପ୍ଲସ ଭ୍ୟାରିଆଣ୍ଟ କାୟା ବିସ୍ତାର କରୁଛି, ଏହି ସମୟରେ ପ୍ରଧାନମନ୍ତ୍ରୀ ବୈଠକ ଡାକିଛନ୍ତି । ସେହିପରି ବୈଠକରେ କୋଭିଡ-୧୯ର ୩ୟ ଲହର ନେଇ ଚର୍ଚ୍ଚା ହୋଇପାରେ । ସୂଚନାଯୋଗ୍ୟ, ଗତ ସପ୍ତାହରେ ମୋଦୀ କ୍ୟାବିନେଟ ମନ୍ତ୍ରୀଙ୍କ ସହିତ କଥା ହୋଇ ବିଭିନ୍ନ ମନ୍ତ୍ରାଳୟର ପ୍ରଦର୍ଶନ ଉପରେ ସମୀକ୍ଷା କରିଥିଲେ । 

Leave a Reply

Your email address will not be published.