ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ, ୨୪ ଘଣ୍ଟାରେ ୬୦୨ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ ): ରାଜ୍ୟରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୩ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୪୯ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୬ ହଜାର ୪୭୬ ଜଣ ପହଞ୍ଚିଛି ।

ଆଜି ଖୋର୍ଦ୍ଧାରୁ ୨୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୪ ଜଣ, ଢ଼େଙ୍କାନାଳରୁ ୧୪ ଜଣ, ସମ୍ବଲପୁରରୁ ୧୩ ଜଣ, ଅନୁଗୁଳରୁ ୧୧ ଜଣ, ସୁନ୍ଦରଗଡ଼ରୁ ୯ ଜଣ, କେନ୍ଦୁଝରରୁ ୭ ଜଣ, କେନ୍ଦ୍ରାପଡ଼ାରୁ ୬ ଜଣ, ଭଦ୍ରକରୁ ୫ ଜଣ,କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁ ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ମୟୂରଭଞ୍ଜରୁ ୩୧ ଜଣ, ଯାଜପୁରରୁ ୨୪ ଜଣ, ପୁରୀ ଓ ବାଲେଶ୍ବରରୁ ୨୧ ଜଣ ଲେଖାଏଁ,ଜଗତସିଂହପୁରରୁ ୧୮ ଜଣ, ଦେବଗଡ଼, ଗଞ୍ଜାମ,କନ୍ଧମାଳ, ନୟାଗଡ଼,ନୂଆପଡ଼ା ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେ୍ଟ୍ ପୋଲ୍‌ରୁ ୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

 

Leave a Reply

Your email address will not be published.