ରାଜ୍ୟରେ କରୋନା ନେଲା ପୁଣି ୬୮ ଜୀବନ

ଭୁବନେଶ୍ଵର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗୁନଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଅନୁଗୁଳ ଓ ଜଗତସିଂହପୁର ଜିଲ୍ଲାରୁ ୮ଜଣ ଲେଖାଏଁ, ଯାଜପୁର ଜିଲ୍ଲାରୁ ୭ଜଣ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୬ଜଣ ଲେଖାଏଁ, ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ଲେଖାଏଁ, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ୩ଜଣ ଲେଖାଏଁ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

Leave a Reply

Your email address will not be published.