ରାଜ୍ୟରେ ନିୟନ୍ତ୍ରାଧିନ କରୋନା ମହାମାରୀ, ଗତ ୨୪ ଘଣ୍ଟାରେ ୭୨୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଦୀର୍ଘ ଦିନ ଗତ ପରେ ଆଜି ରାଜ୍ୟରେ କରୋନା ରିପୋର୍ଟ ନିୟନ୍ତ୍ରାଧିନ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଛ୍ୟରେ ୭୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୯୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୬ ହଜାର ୧୫୩ ଜଣ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଖୋର୍ଦ୍ଧାରୁ ୨୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାରୁ ୧୫ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୧୨ ଜଣ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧ ଜଣ ଲେଖାଏଁ, କନ୍ଧମାଳରୁ ୯ ଜଣ, ରାୟଗଡ଼ାରୁ ୮ ଜଣ, ସମ୍ବଲପୁରରୁ ୬ ଜଣ, ଦେବଗଡ଼, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଳାରୁ ୫ ଜଣ ଲେଖାଏଁ, କଟକରୁ ୯୧ ଜଣ, ଜଗତସିଂହପୁରରୁ ୩୩ ଜଣ, ମୟୂରଭଞ୍ଜରୁ ୨୯ ଜଣ, ଯାଜପୁରରୁ ୨୮ ଜଣ, ଭଦ୍ରକରୁ ୨୨ ଜଣ, ବାଲେଶ୍ବରରୁ ୧୯ ଜଣ, ନୟାଗଡ଼ରୁ ୧୮ ଜଣ, ପୁରୀରୁ ୧୬ ଜଣ, ବଲାଙ୍ଗୀର ଓ ମାଲକାନଗିିରି ଜିଳ୍ଲାରୁ ୪ ଜଣ ଲେଖାଏଁ, ଝାରସୁଗୁଡ଼ା, କୋରାପୁଟ ଓ ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ବରଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ବୌଦ୍ଧ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍ରୁ ୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.