ଥମିବାର ନାଁ ନେଉନି କରୋନା ମୃତ୍ଯୁ ସଂଖ୍ଯା, ଆଜି ୪୩ ମୁଣ୍ଡ ନେଇଛି କରୋନା

ଭୂବନେଶ୍ଵର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନି । ଆଜି କରୋନାରେ ୪୩ ସଂକ୍ରମିତଙ୍କ ଜୀବନ ଯାଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୪୦୦୦ମୁହାଁ ହେଉଛି ।

ଆଜି ଖୋର୍ଦ୍ଧାରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ପୁରୀ, ନୟାଗଡ ଓ ବରଗଡରୁ ୫ ଜଣ ଲେଖାଏଁ, ସୁନ୍ଦରଗଡରୁ ୪ ଜଣ, ଗଞ୍ଜାମ, କଟକ ଓ ଭଦ୍ରକରୁ ୩ ଜଣ ଲେଖାଏଁ, ଢେଙ୍କାନାଳରୁ ୨ଜଣ, ବାଲେଶ୍ଵର କେନ୍ଦୁଝର, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ସଂକ୍ରମିତ ଜୀବନ ହରାଇଛନ୍ତି । ଏହାକୁ ମିଶାଇ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୯୩୦କୁ ବୃଦ୍ଧି ପାଇଥିବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । 

Leave a Reply

Your email address will not be published.