ଖସିଲା କରୋନା ଗ୍ରାଫ୍, ରାଜ୍ୟରେ ୨୪ ଘଣ୍ଟାରେ ୬୦୯ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (ନାଗରାଜ ନ୍ଯୁଜ): ରାଜ୍ୟରେ କରୋନା ସଂକ୍ରମଣ ତଳମୁଁହା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୭ ନୂଆ ରୋଗୀ ୧୮ ବର୍ଷ ବୟସର ଚିହ୍ନଟ ହୋଇଥିବାବେଳେ ୩୫୪ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ୨୫୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭ ହଜାର ୧୧୨ ଜଣକୁ ବୃଦ୍ଧି ପାଇଛି।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ଖୋର୍ଦ୍ଧାରୁ ୨୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୭୧ ଜଣ, ଢ଼େଙ୍କାନାଳ ରୁ ୨୩ ଜଣ, ବାଲେଶ୍ବରରୁ ୨୧ ଜଣ, ଜଗତସିଂହପୁର ଓ ପୁରୀରୁ ୨୦ ଜଣ ଲୋଖାଏଁ, କେନ୍ଦ୍ରାପଡ଼ାରୁ ୧୯ ଜଣ, ଅନୁଗୁଳରୁ ୧୮ ଜଣ, ସମ୍ବଲପୁରରୁ ୧୬ ଜଣ, ନୟାଗଡ଼ରୁ ୧୧ ଜଣ, ଦେବଗଡ଼ରୁ ୧୦ ଜଣ, ଭଦ୍ରକ ଓ ବୌଦ୍ଧ ଜିଲ୍ଲାରୁ ୯ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୮ ଜଣ, ଯାଜପୁରରୁ ୩୬ ଜଣ, ମୟୂରଭଞ୍ଜରୁ ୨୬ ଜଣ, ଗଞ୍ଜାମ ୬ ଜଣ, କନ୍ଧମାଳର, କେନ୍ଦୁଝର ଓ ରାୟଗଡ଼ାରୁ ୫ ଜଣ ଲେଖାଏଁ, ବରଗଡ଼ରୁ ୪ ଜଣ, ଝାରସୁଗୁଡ଼ା ଓ କୋରାପୁଟ ଜିଲ୍ଳାରୁ ୩ ଜଣ ଲେଖାଏଁ, ସୋନପୁରରୁ ୨ ଜଣ, ଗଜପତି ଓ ମାଲକାନଗିରି ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲରୁ ୪୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.