ବେଲପଡା ବନ ଦୂର୍ଗା ସେଣ୍ଟ୍ରାଲ ନର୍ସରୀ ଠାରେ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ର କାର୍ଯ୍ୟକାରିଣୀ ବୈଠକ

 ସାମ୍ବାଦିକତାର ମୁଲ୍ୟବୋଧ କିପରି ଭାବରେ ସାମ୍ବାଦିକ ର ପରିଚୟସୃଷ୍ଟି ହୋଇ ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଆହ୍ୱାନ

ବଲାଙ୍ଗୀର(୨୯-୮/ନଗରାଜ, ନ୍ୟୁଜ).ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବନଦୂର୍ଗା ସେଣ୍ଟ୍ରାଲ ନର୍ସରୀ ଠାରେ ଉପଖଣ୍ଡ ସ୍ତରୀୟ ଯୁବ ସାମ୍ବାଦିକ ସଂଘ ର କାର୍ଯ୍ୟକାରିଣୀ ବୈଠକ ସଂଘ ର କାର୍ଯ୍ୟକାରି ସଭାପତି କରୁଣାକର ବୁଡେକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଯୁବ ସାମ୍ବାଦିକ ସଂଘ ସଂପାଦକ ଶ୍ରୀ ବିମଳ କୁମାର ବାଗ ବାର୍ଷିକ ବିବରଣୀ ପଠନ କରିବା ସହ ସଂଘ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବରିଷ୍ଠ ସାମ୍ବାଦିକ ଦିଲିପ୍ କୁମାର ଭୋଇ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ସାମ୍ବାଦିକତାର ମୁଲ୍ୟବୋଧ କିପରି ଭାବରେ ସାମ୍ବାଦିକ ର ପରିଚୟ ସୃଷ୍ଟି ହୋଇ ପାରିବ ସେ ନେଇ ଦୃଷ୍ଟି ଦେଇ ଖବର ସଂଗ୍ରହ ଓ ପରିବେଷଣ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ସଂଘ ରେ ନୂତନ ଭାବେ ସାମିଲ କରାଯାଇଥିବା ସାମ୍ବାଦିକ ମାନଙ୍କୁ ସଂଘ ର ନିୟମାବଳୀ ସମ୍ପର୍କରେ ପଂଙ୍ଖାନୁ ପଙ୍ଖ ଭାବରେ ବୁଝାଇଥିଲେ । ପରେ ପ୍ରସ୍ତାବିତ ଆଲୋଚନା ରେ ସଂଘ ର କୋଷାଧ୍ୟକ୍ଷ ପ୍ରତ୍ୟୁଷ ରଞ୍ଜନ ଖମାରୀ ଦାୟିତ୍ଵ ତୁଲାଇନପାରିବାରୁ ସଂଘ ର ଅନ୍ୟତମ ସଦସ୍ୟ ଘନ ଭୋଇ ଙ୍କୁ କୋଷାଧ୍ୟକ୍ଷ ଭାବରେ ଚୟନ କରାଯାଇଛି । ନୂତନ ସଦସ୍ୟ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା । ନୂତନ ଭାବେ ସାମିଲ ହୋଇଥିବା ସଦସ୍ୟ ଲାବଣ୍ୟ ପୁରୋହିତ , ପାଣ୍ଡବ ବରିହା , ସନ୍ୟାସୀ ନାଏକ ପ୍ରମୁଖ ସଭ୍ୟପଦ ଗ୍ରହଣ କରିଥିଲେ । ଏଥିରେ ସଂଘ ର ଉପସଭାପତି ଗୋରେଖନାଥ ବରିହା , ଉପଦେଷ୍ଟା ଜଗଦୀଶ ଭୋଇ , ପ୍ରତ୍ୟୁଷ ରଞ୍ଜନ ଖମାରୀ , ନଟବର ମହାନନ୍ଦ , ଚନ୍ଦ୍ରଶେଖର ବରିହା , ଲଲିତ ମଲିକ ,ଦୂର୍ଯ୍ୟୋଧନ ବର୍ଗେ ,ଘନ ଭୋଇ , ଭୋଜରାଜ ଦଣ୍ଡସେନା ,ନରୋତ୍ତମ ପଣ୍ଡା , ଶେଷଦେବ ସିଂ , ଗୁଣନିଧି ପୁଟେଲ , କିଶୋର ସାହୁ ପ୍ରମୁଖ ଙ୍କ ସମେତ ସଂଘ ର ସମସ୍ତ ସକ୍ରିୟ ସଦସ୍ୟ ମାନେ ଉପସ୍ଥିତ ଥିଲେ । ବରିଷ୍ଠ ସାମ୍ବାଦିକ ଦିଲିପ୍ କୁମାର ଭୋଇ ପରିଚାଳନା କରିଥିବା ବେଳେ ,ସଂପାଦକ ବିମଳ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.