ରାଜ୍ୟରେ‌ ୨୪ ଘଣ୍ଟାରେ ଆଉ ୬୩୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (ନାଗରାଜ ନ୍ଯୁଜ): ରାଜ୍ୟରେ କରୋନା ସଂକ୍ରମଣ ତଳମୁହା ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧୧୦ ଜଣ ୧୮ ବର୍ଷ ବୟସର ରହିଥିବାବେଳେ ୩୬୭ ଜଣ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୭୧ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭ ହଜାର ୭୫୦ ଜଣକୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧାରୁ ୨୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ‌ କଟକରୁ ୫୭ ଜଣ, ଜଗତସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୯ ଜଣ ଲେଖାଏଁ, ଅନୁଗୁଳରୁ ୧୬ ଜଣ, ଭଦ୍ରକ ଓ ବୌଦ୍ଧ ଜିଲ୍ଲାରୁ ୧୨ ଜଣ ଲେଖାଏଁ, ଦେବଗଡ଼ର ୧୧ ଜଣ, ଢ଼େଙ୍କାନାଳରୁ ୧୦ ଜଣ, ନୟାଗଡ଼, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୭ ଜଣ ଲେଖାଏଁ, ବରଗଡ଼ରୁ ୬ ଜଣ,‌ ଯାଜପୁରରୁ ୩୪ ଜଣ, ବାଲେଶ୍ବରରୁ ୨୩ ଜଣ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ ୨୧ ଜଣ ଲେଖାଏଁ, ମୟୂରଭଞ୍ଜରୁ ୨୦ ଜଣ, ଗଞ୍ଜାମ ଓ ଝାରସୁଗୁଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁ, ମାଲକାନଗିରିରୁ ୩ ଜଣ, କନ୍ଧମାଳ, କେନ୍ଦୁଝର ଓ ନୂଆପଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଗଜପତି ଓ କଳାହାଣ୍ଡି ଜିଲ୍ଳାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୫୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.