ଟ୍ବିନସିଟିରେ ଥମିବାର ନାଁ ଧରୁନି କରୋନା, ଆଜି ରାଜ୍ୟରେ ୨ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀର ପ୍ରଭାବ ହ୍ରାସ ପାଉଥିବାବେଳେ ଟ୍ବିନସିଟିରେ ଏହାର ପ୍ରଭାବ କମିବାର ନାଁ ଧରୁନି । ସମାନ ପରିସ୍ଥିତି ବଳବତ୍ତର ରହିଥିବାବେଳେ ବିଶେଷ ପରିବର୍ତ୍ତନ ଦେଖାଯାଇନି । ଗତ ୨୪ ଘଣ୍ଟା ମଧ୍ୟରେ ପୂରା ରାଜ୍ୟରେ ୨୮୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି । ନୂତନ ସଂକ୍ରମିତଙ୍କ ମଧ୍ୟରେ ୧୫୯୭ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୨୦୬ ଜଣ ସ୍ଥାନୀୟ ସଂକ୍ରମିତ ରହିଥିବା ଜଣାପଡିଛି ।

ଆଜି ଖୋର୍ଦ୍ଧାରୁ ୪୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କୋରାପୁଟରୁ ୬୫, ମାଲକାନଗିରିରୁ ୫୫, ମୟୂରଭଞ୍ଜରୁ ୧୯୩, ନବରଙ୍ଗପୁରରୁ ୧୫, ନୟାଗଡ଼ରୁ ୧୧୫, ଅନୁଗୁଳରୁ ୯୭, ବଲାଙ୍ଗୀରରୁ ୩, ବୌଦ୍ଧରୁ ୨୧, କଟକରୁ ୪୪୧, ଦେବଗଡରୁ ୯, ଢେଙ୍କାନାଳରୁ ୬୭, ଗଜପତିରୁ ୧୦, ଗଞ୍ଜାମରୁ ୨୦, ଜଗତସିଂହପୁରରୁ ୧୧୭, ଯାଜପୁରରୁ ୧୫୩, ଝାରସୁଗୁଡାରୁ ୭, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ବରରୁ ୧୫୫, ବରଗଡରୁ ୧୭, ଭଦ୍ରକରୁ ୧୩୧, କେନ୍ଦ୍ରାପଡାରୁ ୧୧୯, କେଉଁଝରରୁ ୬୪, ନୂଆପଡା ରୁ ୮, ପୁରୀରୁ ୧୫୪, ରାୟଗଡାରୁ ୫୪, ସମ୍ବଲପୁରରୁ ୩୨, ସୋନପୁରରୁ ୧୮, ସୁନ୍ଦରଗଡରୁ ୬୨, ଓ ଷ୍ଟେଟ ପୁଲରୁ ୯୧ ଜଣ ପଜିଟିଭ ଅଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୪୬୯୯କୁ ବୃଦ୍ଧି ପାଇଛି । ସେମଧ୍ୟରୁ ୮୯୦୭୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୯୬୨୦ ଜଣ ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published.