ଆଜିଠୁ ଅନଲାଇନରେ ମାଟ୍ରିକ ପରୀକ୍ଷା ଫର୍ମପୂରଣ ଆରମ୍ଭ

ଭୂବନେଶ୍ବର: ଆଜିଠାରୁ ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନରେ ଫର୍ମପୂରଣ ଆରମ୍ଭ ହେଉଛି । ମାର୍କରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଜିଠାରୁ ଫର୍ମପୂରଣ କରିପାରିବେ। ଅଫଲାଇନ ପରୀକ୍ଷାର ଫର୍ମ ପୂରଣ ଲାଗି ଛାତ୍ରଛାତ୍ରୀଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ । ଛାତ୍ରଛାତ୍ରୀମାନେ ଆସନ୍ତା ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିପାରିବେ ।

ସେଥିଲାଗି ଛାତ୍ରଛାତ୍ରୀମାନେ ବୋର୍ଡର ଓ୍ବେବସାଇଟ www.bseodisha.ac.inରେ ଫର୍ମ ପୂରଣ କରିପାରିବେ । ଜୁଲାଇ ୩୦ ତାରିଖରେ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହେବ । କୋଭିଡ ନିୟମ ଅନୁସାରେ ଅଗଷ୍ଟ ୫ ତାରିଖ ଯାଏଁ ପରୀକ୍ଷା ଚାଲିବ । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ଶେଷ ହେବ । କେବଳ ଗଣିତ ପାଇଁ ଅଧିକ ୧୫ ମିନିଟ୍ ସମୟ ମିଳିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ କରୋନା କଟକଣା ପାଇଁ ପରୀକ୍ଷା ନହୋଇପାରି ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପିଲାଙ୍କୁ ମାର୍କ ଦିଆଯାଇଥିଲା କିନ୍ତୁ ଅଧିକାଂଶ ପିଲା ମାର୍କକୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିଥିଲେ । ସେଥିଲାଗି କରୋନା କଟକଣା ମଧ୍ୟରେ ଅଫଲାଇନ ପରୀକ୍ଷା କରାଇବାକୁ ବୋର୍ଡ ନିଷ୍ପତ୍ତି ନେଇଛି ।

Leave a Reply

Your email address will not be published.