ଖୋର୍ଦ୍ଧାରୁ ରହିଛି ସର୍ବାଧିକ କରୋନା ସୁସ୍ଥ ହାର

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର କମୁଥିବା ବେଳେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି । ଆଜି ୮୮୩୬ କୋଭିଡ୍ ରୋଗୀ ସୁସ୍ଥ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିସାଇ ରାଜ୍ୟରେ ୭,୫୬,୬୪୧ ଜଣ କରୋନାରୁ ଆରୋଗ୍ୟ ହେଲେଣି। ସେହିପରି ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୦୯୫ ସୁସ୍ଥ ହୋଇଥିବା ବେଳେ କଟକରୁ ୯୫୬, ସୁନ୍ଦରଗଡରୁ ୫୯୦, ଯାଜପୁରରୁ ୪୯୯ ,ଅନୁଗୁଳରୁ ୪୯୦, ଭଦ୍ରକରୁ ୪୬୨, ମୟୂରଭଞ୍ଜରୁ ୪୫୩, ପୁରୀରୁ ୪୦୫,କେନ୍ଦ୍ରାପଡାରୁ ୩୮୪, ବୌଦ୍ଧରୁ ୩୧୦ ,କାଲାହାଣ୍ଡିରୁ ୩୧୦ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡରୁ ୨୭୬,ନୟାଗଡ଼ରୁ ୨୭୩, ଜଗତସିଂହପୁରରୁ ୨୪୨, କୋରାପୁଟରୁ ୨୦୬, ନବରଙ୍ଗପୁରରୁ ୧୯୭, କେଉଁଝରୁ ୧୯୬, ସୋନେପୁରରୁ ୧୪୦, ସମ୍ବଲପୁରରୁ ୧୨୬,ବଲାଙ୍ଗୀରରୁ ୧୧୮, ଝାରସୁଗୁଡାରୁ ୧୦୮, ଗଞ୍ଜାମରୁ ୧୦୫, ମାଲକାନଗିରିରୁ ୧୦୪, ବାଲେଶ୍ୱରରୁ ୧୦୧, ଢେଙ୍କାନାଳରୁ ୯୦, ଗଜପତିରୁ ୮୬, କନ୍ଧମାଳ ରୁ ୮୬, ରାୟାଗଡା ଠାରୁ ୮୫, ଦେଓଗଡରୁ ୬୪, ନୁଆପଡାରୁ ୫୨, ରାଜ୍ୟ ପୁଲରୁ ୨୨୭ ସୁସ୍ଥ ହୋଇଛନ୍ତି।

Leave a Reply

Your email address will not be published.