ବଜ୍ରାଘାତରେ ଜଣେ ମୃତ

କଟଟ: ରାଜ୍ୟରେ କାଳବୈଶାଖି ପ୍ରଭାବ ଯୋଗୁ ପ୍ରବଳ ବର୍ଷା ହେଉଛି । ଏହି ସମୟରେ ଅନେକ ଲୋକ ବଜ୍ରାଘାତର ଶିକାର ହେଉଥିବାର ଗଣମାଧ୍ୟମ ଜରିଆରେ ଶୁଣିବାକୁ ମିଳୁଛି । ସେଭଳି ଏକ ଖବର ଘଟିଛି ବାଙ୍କୀ ଥାନା ଅନ୍ତର୍ଗତ ଶିଶୁଆ ଗ୍ରାମରେ। ଜଣେ ବ୍ୟକ୍ତିଙ୍କର ବଜ୍ରାଘାତରେ ମୃତ୍ଯୁ ହେଇଛି । ତାର ନାମ ମିହିର ରାଉତ ବୋଲି ଜଣାପଡିଛି । ବୟସ ୪୫ ବର୍ଷ ହେବ । ଖବର ଅନୁସାରେ ସେ ବିଲକୁ ଧାନ ବୁଣିବାକୁ ଯାଇଥିଲେ । ଏହିସମୟରେ ତାଙ୍କର ବଜ୍ରାଘାରେ ମୃତ୍ଯୁ ହୋଇଥିବା ସୂଚନା ମିଳିଛି । ସେପଟେ ଶବ ବ୍ୟବଚ୍ଛେଦ ପାଇଁ ତାଙ୍କୁ ବାଙ୍କୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେପଟେ ମୃତକଙ୍କ ପରିବାର ପକ୍ଷରୁ ସରକାରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published.