ତଳମୁଁହା ମହାମାରୀ

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ତଳମୁଁହା ରହୁଛି । ହେଲେ ଟ୍ଵିନ୍ ସିଟିରେ ଥମିବାର ନାଁ ଧରୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ନୂତନ ସଂକ୍ରମିତଙ୍କ ମଧ୍ୟରୁ ୧୪୨୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୫୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ମୟୂରଭଞ୍ଜରୁ ୧୦୩, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୮୦, ନୂଆପଡାରୁ ୫, ପୁରୀରୁ ୧୫୪, ରାୟଗ ଡାରୁ ୨୬, ସମ୍ବଲପୁରରୁ ୨୬, ଅନୁଗୁଳରୁ ୭୯, ବାଲେଶ୍ବର ରୁ ୧୫୭, ବରଗଡରୁ ୨୨, ଝାରସୁଗୁଡ଼ାରୁ ୧୨, କଳାହାଣ୍ତିରୁ ୭, ଖୋର୍ଦ୍ଧାରୁ ୪୦୭, କୋରାପୁଟରୁ ୫୨, ମାଲକାନଗିରିରୁ ୫୪ ଓ କନ୍ଧମାଳରୁ ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଭଦ୍ରକରୁ ୧୧୩, ବଲାଙ୍ଗୀରରୁ ୧୬, କଟକରୁ ୪୨୨, ଦେବଗଡରୁ ୯, ଢେଙ୍କାନାଳରୁ ୫୯, ଗଜପତିରୁ ୧୧, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୨୬, ଯାଜପୁର ରୁ ୨୦୨,କେନ୍ଦ୍ରାପଡାରୁ ୮୭, କେଉଁଝରରୁ ୬୮,ସୋନ ପୁରରୁ ୧୪, ସୁନ୍ଦରଗଡରୁ ୨୮ ଓ ଷ୍ଟେଟପୁଲରୁ ୭୬ ଜଣ ପଜିଟିଭ ରହିଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୨୭୧୮୬କୁ ବୃଦ୍ଧି ପାଇଛି । ସେମାନଙ୍କୁ ମଧ୍ୟରୁ ୮୯୪୧୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୨୮୭୩୦ଜଣ ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published.