ରାଜ୍ୟରେ ଗଲା ୬୯ ଜୀବନ

ଭୂବନେଶ୍ବର: ରାଜ୍ୟରେ ସଂକ୍ରମଣ ହାର ସ୍ଥିର ଥିବାବେଳେ ମୃତ୍ୟୁ ସଂଖ୍ଯାରେ ବ୍ରେକ‌ ଲାଗୁନି । ଆଜି ଆଉ ରାଜ୍ୟରେ ୬୯ ଜଣଙ୍କ ଜୀବନ ନେଇଛି ମହାମାରୀ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୩୭୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ୱରରୁ ୧୦ ଜଣ, ସମ୍ବଲପୁରରୁ ୭ ଜଣ, କେନ୍ଦ୍ରାପଡାରୁ ୬ ଜଣ, ବରଗଡରୁ ୫ଜଣ, ସୁନ୍ଦରଗଡରୁ ୪ଜଣ, ବଲାଙ୍ଗୀର, ଝାରସୁଗୁଡା, ରାୟଗଡା ଓ କନ୍ଧମାଳରୁ ୨ ଜଣ ଲେଖାଏଁ, ଢେଙ୍କାନାଳ, ନୂଆପଡା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published.