ପାରାଦୀପ ରାଡାର୍‌ରେ ସ୍ପଷ୍ଟ ହୋଇଛି ବାତ୍ୟା ୟାସ୍‌ର ଆଖି

ଭୁବନେଶ୍ୱର: ପାରାଦୀପ ରାଡାର୍‌ରେ ବାତ୍ୟା ୟାସର ଆଖି ସ୍ପଷ୍ଟ ହୋଇଛି । ବାତ୍ୟା ୟାସ୍‌ର ଆଖି ଦେଖାଯିବା ପରେ ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟାର ଆଖି ୩୫ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ ରହିଛି। ପାରାଦୀପ ରାଡାର ପରିଧିକୁ ଆସିଲା ପରେ ୟାସ୍‌ର ଆଖି ସ୍ପଷ୍ଟ ହୋଇଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟାର କେନ୍ଦ୍ର ସ୍ଥଳରେ ହିଁ ତାର ଆଖି ରହିଥାଏ। ଆଉ ଆଖି ଯେଉଁ ଅଞ୍ଚଳ ଦେଇ ଯାଏ ସେଠାରେ ଭୟଙ୍କର କ୍ଷତି ଘଟାଇଥାଏ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।

ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ବାତ୍ୟାର ଆଖିଟି ସେତେ ଭଲଭାବରେ ବିକଶିତ ହୋଇନାହିଁ। ଯେତେବେଳେ ରେଗୁଲାର ଆଖି ଦେଖାଦେବ ବାତ୍ୟା କେତେ ଶକ୍ତିଶାଳି ହେବ ଜଣାପଡ଼ିବ ବୋଲି ସେ କହିଛନ୍ତି। ତେବେ ବାତ୍ୟା ଆଖିର ବ୍ୟାସାର୍ଦ୍ଧାକୁ ଓ ତୀବ୍ରତା ସହିତ ସେମିତି କୌଣସି ଡାଇରେକ୍ଟ ସମ୍ପର୍କ ନାହିଁ। ତେବେ ସାଧାରଣ ଭାବେ କହିବାକୁ ଗଲେ ବ୍ୟାସାର୍ଦ୍ଧ ଅଧିକ ହେଲେ ତୀବ୍ରତା କମ୍ ହୋଇଥାଏ।

Leave a Reply

Your email address will not be published.