୨୯ରେ ବସିବ ଗୁରୁତ୍ଵପୂର୍ଣ୍ଣ ବୈଠକ, ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ବର: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିକୁ ଦୁଇ ବର୍ଷ ପୁରିବାକୁ ଯାଉଛି । ଆସନ୍ତା ୨୯ ତାରିଖ ଦିନ ଦୁଇ ବର୍ଷ ପୁରିବାକୁ ଯାଉଥିବାରୁ ସେହିଦିନ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ମିଳିଥିବା ସୂଚନା ଅନୁଯାୟୀ, ସରକାରଙ୍କ ଆଭିମୁଖ୍ୟ ଓ ୨୦୧୯ ନିର୍ବାଚନରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ ହୋଇଛି ସେନେଇ ସମୀକ୍ଷା କରାଯିବ ବୋଲି କୁହାଯାଇଛି ।

ସେହି ବୈଠକରେ ମୁଖ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀମାନଙ୍କ କାର୍ଯ୍ୟ ସମୀକ୍ଷା କରିବା ସହ ସେମାନଙ୍କ ସହ ଆଗାମୀ କାର୍ଯ୍ୟ ବିଷୟରେ ଆଲୋଚନା କରିବେ।  ତେବେ ୨୯ ତାରିଖରେ ବୈଠକ କେତେବେଳେ ବସିବ ତାହା ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

Leave a Reply

Your email address will not be published.