ବୃଦ୍ଧି ପାଉଛି କରୋନା ରୋଗୀଙ୍କ ସୁସ୍ଥ ହାର

ଭୂବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ ସୁସ୍ଥ ହାର ବୃଦ୍ଧି ମଧ୍ୟ ପାଉଛି । ଆଜି ରାଜ୍ୟରେ ୭୩୫୮ କୋଭିଡ୍ ରୋଗୀ ସୁସ୍ଥ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିସାଇଲେ ରାଜ୍ୟରେ ମୋଟ ୭,୩୯,୩୭୬ ଜଣ କରୋନାରୁ ଆରୋଗ୍ୟ ହେଲେଣି। କଟକରୁ  ସର୍ବାଧିକ ୧୦୩୮ ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୭୨୩, ଅନୁଗୁଳରୁ ୪୮୨, ପୁରୀରୁ ୪୫୭, ଢେଙ୍କାନାଳରୁ ୩୯୦, ବରଗଡରୁ ୩୨୧, ସମ୍ବଲପୁରରୁ ୩୦୩, ନବରଙ୍ଗପୁରରୁ ୨୯୦, ନୟାଗଡ଼ରୁ ୨୭୯, ମୟୂରଭଞ୍ଜରୁ ୨୬୨,କେଉଁଝରରୁ ୨୪୯ ସୁସ୍ଥ ହୋଇଛନ୍ତି ।

ଭଦ୍ରକରୁ ୨୪୬, ଯାଜପୁରରୁ ୨୪୦, ଜଗତସିଂହପୁର ୨୧୨, କୋରାପୁଟରୁ ୨୧୧, ସୁନ୍ଦରଗଡରୁ ୧୮୧,ରାୟଗଡାରୁ ୧୫୬, ସୋନପୁରରୁ ୧୫୪, କାଳାହାଣ୍ଡିରୁ ୧୪୭, ଗଞ୍ଜାମରୁ ୧୩୨, କେନ୍ଦ୍ରାପଡାରୁ  ୧୧୪, ମାଲକାନଗିରିରୁ ୯୯, ବଲାଙ୍ଗୀରରୁ ୯୦, ଝାରସୁଗୁଡା ୮୬, କନ୍ଧମାଳରୁ ୮୩, ବାଲେଶ୍ୱରରୁ ୭୧, ଦେଓଗଡରୁ ୬୨, ଗଜପତିରୁ ୬୦, ନୁଆପଡାରୁ ୫୦, ବୌଦ୍ଧ ରୁ ୨୪ ଏବଂ ରାଜ୍ୟ ପୁଲରୁ ୧୪୬ ସୁସ୍ଥ ହୋଇଛନ୍ତି।

Leave a Reply

Your email address will not be published.