ରାଜ୍ୟରେ‌ ସାମାନ୍ୟ ହ୍ରାସ ପାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗତ‌ ୨୪ ଘଣ୍ଟାରେ ୯୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୭୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୧୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭ ଜଣ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଆଜି ଖୋର୍ଦ୍ଧାରୁ ୩୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀରରୁ ୧୭ ଜଣ, ଢ଼େଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରୁ ୧୫ ଜଣ ଲେଖାଏଁ, ଭଦ୍ରକରୁ ୧୪ ଜଣ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୩ ଜଣ ଲେଖାଏଁ, କନ୍ଧମାଳରୁ ୧୨ଜଣ,ଦେବଗଡ଼ରୁ ୯ ଜଣ, ଗଞ୍ଜାମରୁ ୮ ଜଣ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ୬ ଜଣ ଲେଖାଏଁ, କଟକରୁ ୧୩୯ ଜଣ, ଯାଜପୁରରୁ ୪୯ ଜଣ, ଜଗତସିଂହପୁରରୁ ୪୫ ଜଣ, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ୩୨ ଜଣ ଲେଖାଏଁ, ବାଲେଶ୍ବରରୁ ୨୫ ଜଣ, ଅନୁଗୁଳରୁ ୨୪ ଜଣ, କେନ୍ଦ୍ରପଡ଼ାରୁ ୨୩ ଜଣ, ନୟାଗଡ଼ାରୁ ୨୦ ଜଣ, ରାୟଗଡ଼ାରୁ ୪ ଜଣ, କୋରାପୁଟରୁ ୩ ଜଣ, ବରଗଡ଼, ଗଜପତି,ମାଲକାନଗିରି ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ, ଏବଂ ଷ୍ଟେଟ୍ ପୋଲ୍ରୁ ୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.