ଅଲ୍ ଓଡିଶା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ


ଭୁବନେଶ୍ୱର, (ନାଗରାଜ ନ୍ଯୁଜ୍‌): ସାପ୍ତାହିକ ଖବର କାଗଜ ସତ୍ୟ ସମ୍ବାଦର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ୭୫ତମ ସ୍ୱାଧୀନତା ଦିବସ ଅବସରରେ ନାଗେଶ୍ୱରଟାଙ୍ଗି ସ୍ଥିତ ଆଇ.ପି.ଏନ୍‌. କାର୍ଯ୍ୟାଳୟରେ ଅଲ୍ ଓଡିଶା ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଶୁଭ ଉଦ୍‌ଘାଟନ ଓ ସତ୍ୟ ସମ୍ବାଦର ଶୁଭ ଉନ୍ମୋଚନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତ୍ତରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ହାଉସିଂବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଅକ୍ରମଣକୁ ଦୃଢ଼ ନିନ୍ଦା କରିବା ସହିତ ସତ୍ୟ ସମ୍ବାଦ ପରିବେଶଣ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ଏକମାତ୍ର ଖବରକାଗଜର ସଂପାଦକ ତାରକ ମହାନ୍ତି, ବରିଷ୍ଠ ସାମ୍ବାଦିକ ସୁକାନ୍ତ ରାଉତ, ଆମଟିଭିର ପ୍ରତିଷ୍ଠାତା ପ୍ରଣବ ଜେଠୀ, ବରିଷ୍ଠ ଅଭିନେତା ଅସିତ ପତି, ବରିଷ୍ଠ ଆଇନଜୀବି ତଥା ଏଓଜେଏ ର ଆଇନ ପରାମର୍ଶଦାତା ଶୈଳେନ୍ଦ୍ର ପଟ୍ଟନାୟକ, ଯୁବନେତା ସୁବାଷ କୁମାର ସୁନ୍ଦରାୟ, ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀ, ଅଭିନେତା ଚୈାଧୁରୀ ସତ୍ୟବ୍ରତ ଦାଶ, ସମାଜସେବୀ ହେମନ୍ତ ପାଲ ପ୍ରମୁଖ ଯୋଗ ଦେଇଥିଲେ ।

ଅତିଥି ମାନଙ୍କ ଦ୍ୱାରା ସାପ୍ତାହିକ ଖବର କାଗଜ ‘ସତ୍ୟ ସମ୍ବାଦର ଶୁଭ ଉନ୍ମୋଚନ ହୋଇଥିଲା । ନୂତନ ଭାବେ ଜନ୍ମ ନେଇଥିବା ସାମ୍ବାଦିକ ସଂଘ ଅଲ ଓଡିଶା ଜର୍ନାଲିଷ୍ଟ ଆସୋସିଏସନ୍ ଆଗାମୀ ଦିନରେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଓ ସୁଖରେ ଦୁଃଖରେ କାମ କରିବ । ଏଥିରେ ସବୁ ବର୍ଗର ସାମ୍ବାଦିକ ରହିପାରିବେ ବୋଲି ନବନିଯୁକ୍ତ ସଭାପତି ନିରଞ୍ଜନ ରେଡ୍ଡି କହିଥିଲେ । ଅନ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ବଂଜିତ ମହାନ୍ତି, ଅଧ୍ୟକ୍ଷ, ଅକ୍ଷୟ କୁମାର ଦାଶ, ଉପାଧ୍ୟକ୍ଷ, ସଂଗ୍ରାମ କିଶୋର ଦାସ, ସଂପାଦକ ଓ ଶୈଳେନ୍ଦ୍ର ପନାୟକ, ଆଇନ ପରାମର୍ଶଦାତା ଭାବେ ମନୋନୀତ ହୋଇଥିଲେ ।

ଏହି ଉତ୍ସବରେ ସର୍ବପ୍ରଥମେ କରୋନାରେ ମୃତ୍ୟୁବରଣ କରିଥିବା କରୋନା ଯୋଦ୍ଧା ସାମ୍ବାଦିକ ମାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସାମ୍ବାଦିକ ମାନଙ୍କୁ ମାନପତ୍ର, ଉପଢ଼ୈାକନ ଦେଇ ସମ୍ମାନୀତ କରାଯାଇଥିଲା । ଆଗାମୀ ଦିନରେ ସଂଘ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟାଳୟ ଖୋଲିବ ବୋଲି ସଂପାଦକ ସଂଗ୍ରାମ କିଶୋର ଦାସ କହିଥିଲେ ।

Leave a Reply

Your email address will not be published.