ରାଜ୍ୟରେ ପୁଣି ୪୦ ମୁଣ୍ଡ ନେଲା କରୋନା ମହାମାରୀ

ଭୂବନେଶ୍ବର: ରାଜ୍ୟରେ ଚିନ୍ତା ବଢାଉଛି କରୋନା ଜନୀତ ମୃତ୍ୟୁ ସଂଖ୍ୟା । ସଂକ୍ରମଣ ହ୍ରାସ ପାଇଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ଆଜି କରୋନାରେ ଆଉ ୪୦ ଜଣ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ ସଂଖ୍ୟା ୩୮୦୧ରେ ପହଁଚିଛି । ସେହିପରି ରାଜ୍ୟରେ ଆଉ ୨୯୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।

ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ୧୬୭୫ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୨୩୭ ଜଣ ସଂକ୍ରମିତ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮ରେ ପହଁଚିଛି ।  ଅ ଅନୁଗୁଳରେ ୧୧୯, ବାଲେଶ୍ୱରରେ ୨୨୦, ବରଗଡରେ ୩୧, ଭଦ୍ରକରେ ୧୩୬, ବଲାଙ୍ଗୀରରେ ୧୨, ବୌଦ୍ଧରେ ୧୮ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି କଟକରେ ୩୮୨, ଦେବଗଡରେ ୪, ଢେଙ୍କାନାଳରେ ୪୨, ଗଜପତିରେ ୧୩, ଗଞ୍ଜାମରେ ୧୮, ଜଗତସିଂହପୁରରେ ୧୩୧, ଯାଜପୁରରେ ୨୯୨, ଝାରସୁଗୁଡ଼ାରେ ୧୪, କଳାହାଣ୍ଡିରେ ୩୫, କନ୍ଧମାଳରେ ୩୬, କେନ୍ଦ୍ରାପଡ଼ାରେ ୭୧, କେନ୍ଦୁଝରରେ ୭୦, ଖୋର୍ଦ୍ଧାରେ ୪୦୧, କୋରାପୁଟରେ ୫୪, ମାଲକାନାଗିରିରେ ୪୯, ମୟୂରଭଞ୍ଜରେ ୧୭୪, ନବରଙ୍ଗପୁରରେ ୫୦, ନୟାଗଡରେ ୧୪୦, ନୂଆପଡ଼ାରେ ୮, ପୁରୀରେ ୧୬୧, ରାୟଗଡାରେ ୫୨, ସମ୍ବଲପୁରରେ ୩୦, ସୋନପୁରରେ ୧୩, ସୁନ୍ଦରଗଡରେ ୭୧ ଓ ରାଜ୍ୟ ପୁଲରେ ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.