୩ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୯୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୧୬୭୫ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୨୩୭ ଜଣ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୨୨୦, ବରଗଡ଼ରୁ ୩୧, ଭଦ୍ରକରୁ ୧୩୬, ବଲାଙ୍ଗୀରରୁ ୧୨, ବୌଦ୍ଧରୁ ୧୮, କଟକରୁ ୩୮୨, ଦେବଗଡରୁ ୪, ଢେଙ୍କାନାଳରୁ ୪୨, ଗଜପତିରୁ ୧୩, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୧୩୧, ଯାଜପୁରରୁ ୨୯୨, ଝାରସୁଗୁଡାରୁ ୧୪, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୩୬, କେନ୍ଦ୍ରାପଡାରୁ ୭୧, କେଉଁଝରରୁ ୭୦, ଖୋର୍ଦ୍ଧାରୁ ୪୦୧, କୋରାପୁଟରୁ ୫୪, ମାଲକାନଗିରିରୁ ୪୯, ମୟୁରଭଞ୍ଜରୁ ୧୭୪, ନବରଙ୍ଗପୁରରୁ ୫୦, ନୟାଗଡରୁ ୧୪୦, ନୂଆପଡାରୁ ୮, ପୁରୀରୁ ୧୬୧, ରାୟଗଡାରୁ ୫୨, ସମ୍ୱଲପୁରରୁ ୩୦, ସୋନପୁରରୁ ୧୩, ସୁନ୍ଦରଗଡରୁ ୭୧, ଷ୍ଟେଟ ପୁଲରୁ ୬୫ ଜଣ ଚିହ୍ନଟ ହୋଇଛନ୍ତି ।

ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୮ ଲକ୍ଷ ୯୩ ହଜାର ୫୦୮ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୮ ଲକ୍ଷ ୫୬ ହଜାର ୪୯୮ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୩୩ ହଜାର ୧୫୬ଟି ସକ୍ରିୟ ମାମଲା ରହିଛି ।

Leave a Reply

Your email address will not be published.