ପ୍ରଥମ ଥର ପାଇଁ ଟ୍ରେନରେ ଯାତ୍ରା କରିବେ ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପ୍ରଥମ ଥର ପାଇଁ ଟ୍ରେନରେ ଯାତ୍ରା କରିବେ । ସେ ନିଜର ଗୃହ ରାଜ୍ୟ ଉତ୍ତର ପ୍ରଦେଶକୁ ଟ୍ରେନ୍‌ରେ ଯାତ୍ରା କରିବେ । ଦୀର୍ଘ ୧୫ ବର୍ଷ ପରେ ଜଣେ ରାଷ୍ଟ୍ରପତି ଟ୍ରେନ୍‌ରେ ଯାତ୍ରା କରୁଛନ୍ତି । ଏଥି ପାଇଁ ଟ୍ରେନ୍‌କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ରାଷ୍ଟ୍ରପତି ଭବନ ପକ୍ଷରୁ ବୁଧବାର ଏହା କୁହାଯାଇଛି । 

ରାଷ୍ଟ୍ରପତି ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଥର ପାଇଁ ଟ୍ରେନରେ ଯାତ୍ରା କରୁଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, କୋବିନ୍ଦ ନିଜର ସ୍କୁଲ ଦିନର ଅନୁଭୂତି ଏବଂ ସମାଜସେବାକୁ ମନେ ପକାଇ ନିଜର ଗୃହରାଜ୍ୟକୁ ଯାତ୍ରା କରୁଛନ୍ତି । 

ସୂଚନାଯୋଗ୍ୟ, ରାମନାଥ କୋବିନ୍ଦଙ୍କ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ ଓ ଡ. ରାଜେନ୍ଦ୍ର ପ୍ରସାଦ ଟ୍ରେନରେ ଯାତ୍ରା କରିଥିଲେ । ଡ ରାଜେନ୍ଦ୍ର ପ୍ରସାଦଙ୍କୁ ଅନୁସରଣ କରି ଡ. କଲାମ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିଥିଲେ । ସେ ୨୦୦୨, ୨୦୦୪ ଓ ୨୦୦୬ରେ ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିଥିଲେ । କାଲାମ ଶେଷ ଥର ପାଇଁ ୨୦୦୬ରେ ଦିଲ୍ଲୀରୁ ଡେରାଡୁନ ଗସ୍ତ କରିଥିଲେ । ସେହି ସମୟରେ ସେ ଇଣ୍ଡିଆନ ମିଲିଟାରୀ ଏକାଡେମୀର ପାସିଂ ଆଉଟ ପରେଡରେ ଯୋଗଦେଇଥିଲେ । 

Leave a Reply

Your email address will not be published.