ରାଜ୍ୟରେ ୨୪ ଘଣ୍ଟାରେ ୬୦୨ ଆକ୍ରାନ୍ତ ଚିହ୍ନଟ

ଭୂବନେଶ୍ଵର, (ନାଗରାଜ ନ୍ୟୁଜ):  ରାଜ୍ୟରେ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି  । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୦୨ ଆକ୍ଟିଭ୍ କେସ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧୮ ବର୍ଷ ବୟସର ୭୯ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ୩୫୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୪୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୩ ହଜାର ୭୩୫ ଜଣକୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧାରୁ ୨୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କଟକରୁ ୭୪ ଜଣ, ମୟୂରଭଞ୍ଜରୁ ୧୯ ଜଣ, ଯାଜପୁରରୁ ୧୬ ଜଣ, ପୁରୀରୁ ୧୩ ଜଣ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲରୁ ୮ ଜଣ ଲେଖାଏଁ,ଜଗତସିଂହପୁରରୁ ୩୪ ଜଣ, ବାଲେଶ୍ବରରୁ ୨୪ ଜଣ, ସମ୍ବଲପୁରରୁ ୨୩ ଜଣ, ଭଦ୍ରକ ଓ ଢ଼େଙ୍କାନାଳ ଜିଲ୍ଲରୁ ୭ ଜଣ ଲେଖାଏଁ, ଅନୁଗୁଳ ଓ ଗଜପତି ଜିଲ୍ଲାରୁ ୬ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୫ ଜଣ, ରାୟଗଡ଼ାରୁ ୪ ଜଣ, କଳାହାଣ୍ଡି, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ଦେବଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, ବୌଦ୍ଧ,ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published.