କମିସନରେଟ ପୁଲିସ ହାତରେ ଧରାପଡିଲେ ଦୁଇ ଅପରାଧି, ବନ୍ଧୁକ କାରବାର ପାଇଁ ଖୋଜୁଥିଲେ ଗ୍ରାହକ

କଟକ, (ନାଗରାଜ ନ୍ୟୁଜ): ବନ୍ଧୁକ କାରବାର ପାଇଁ ଗ୍ରାହକ ଖୋଜୁଥିବା ବେଳେ ପୁଲିସ ହାତରେ ଧରା ପଡିଲେ ଦୁଇ ଜଣ ଅପରାଧି । ମାଲଗୋଦାମ ଥାନା ଅଞ୍ଚଳରୁ ଏହି ଦୁଇ ବନ୍ଧୁକ ବେପାରୀ ଜୋବ୍ରା ପାରେସ୍ଵରର ମୁନା ରାଓ ଓ ସୌଭାଗ୍ୟ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ, ୨ଟି ଗୁଳି ଓ ଗୋଟିଏ ମାଗାଜିନ ଜବତ ହୋଇଛି । ପୂଜା ସମୟରେ ଲୋକଙ୍କୁ ଡରାଇ ଧମକାଇ ଟଙ୍କା ଆଦାୟ କରିବା ପାଇଁ ବନ୍ଧୁକ ଓ ଗୁଳି ଖୋଜିଥାନ୍ତି ଅପରାଧୀ ।

ଏଭଳି ସ୍ଥିତିରେ ସେହି ଅପରାଧିଙ୍କୁ ହତିଆର ଯୋଗାଇବା ପାଇଁ ଏମାନେ ପ୍ରସ୍ତୁତ ରହିଥିଲେ । ତେବେ ଏମାନଙ୍କ ବାବଦରେ ମାଲଗୋଦାମ ଥାନା ଅଧିକାରୀଙ୍କୁ ଖବର ମିଳିବା ପରେ  ଏକ ଟିମ ମାଲଗୋଦାମ ଥାନା ଅଞ୍ଚଳରେ ଚଢାଉ କରି ଏହି ଦୁଇ ଅପରାଧୀଙ୍କୁ ଗିରଫ କରିଥିଲା । ଏମାନଙ୍କ ନାଁରେ ପୂର୍ବରୁ ମଧ୍ୟ ବନ୍ଧୁକ କାରବାରର ମାମଲା ରହିଛି । ତେବେ ଏମାନଙ୍କର ଅନ୍ୟ କେଉଁ ବନ୍ଧୁକ ବେପାରୀଙ୍କ ସହ ସଂପୃକ୍ତି ରହିଛି କି ନାହିଁ ତାହାର ଖୋଳତାଡ଼ କରାଯାଉଛି । ତେବେ ଚଳିତବର୍ଷ କଟକ କମିସନରେଟ ପୋଲିସକୁ ବନ୍ଧୁକ ଜବତ କ୍ଷେତ୍ରରେ ବହୁତ ସଫଳତା ମିଳିଛି । ଏବେ ସୁଦ୍ଧା ୫୩ ଟି ବନ୍ଧୁକ ସହ ୨୪୦ ଗୁଳି ଏବଂ ବନ୍ଧୁକ କାରବାରରେ ଲିପ୍ତ ମୋଟ ୫୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ଜେଲକୁ ପଠା ଯାଇଛି ବୋଲି କହିଛନ୍ତି କଟକ ଡିସିପି ।

Leave a Reply

Your email address will not be published.