ଆଜି ହେଉଛି ଦଶହରା, ମହିଷା ମର୍ଦ୍ଦିନୀ ବେଶରେ ଦର୍ଶନ ଦେଉଛନ୍ତି ମା’

କଟକ, (ନାଗରାଜ ନ୍ୟୁଜ): ଆଜି ପବିତ୍ର ଦଶହରା ବା ବିଜୟଦଶମୀ । ଗତକାଲି ନବରାତ୍ରିର ଶେଷ ଦିନ ଥିବାବେଳେ କଟକ ଗଡଚଣ୍ଡୀ ପୀଠରେ ସିଦ୍ଧିଦାତ୍ରୀ ରୂପରେ ପୂଜା ପାଇଥିଲେ ମା’ । ସିଦ୍ଧହସ୍ତରେ ସିଦ୍ଧି ପ୍ରଦାନ କରିବା ଆଧାରରେ ମା’ଙ୍କ ଅନ୍ୟ ନାମ ରହିଛି ସିଦ୍ଧି ଦାତ୍ରୀ । ମା’ ଗଡଚଣ୍ଡୀ ଆଜି ମହିଷା ମର୍ଦ୍ଦିନୀ ରୂପରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ଆଜି ମା’ଙ୍କୁ ପଞ୍ଚ ଉପଚାରରେ ପୂଜା କରାଯାଉଛି । ଆଜିର ଦିନରେ ମା’ଙ୍କୁ ଦର୍ଶନ କରିଲେ ସର୍ବ ସିଦ୍ଧି ପ୍ରାପ୍ତ ହୁଏ ବୋଲି କହିଛନ୍ତି ପୂଜକ ମନୋରଞ୍ଜନ ଦାଶ ।

Leave a Reply

Your email address will not be published.