ସୁନା ଠକେଇ ମାମଲାରେ ସୁନା ବ୍ୟବସାୟୀ ଗିରଫ

କଟକ, (ଭରତ ମହାରଣା): ସୁନା ଠକେଇ ମାମଲାରେ କଟକ ନୟାସଡକ ଅଞ୍ଚଳରୁ ଅମଲ ସେଠ ନାମକ ଜଣେ ସୁନା ବ୍ୟବସାୟୀକୁ ଉଠେଇ ନେଲା ଭଞ୍ଜନଗର ପୋଲିସ । ସୂଚନା ମୁତାବକ ଭଞ୍ଜନଗର କୁଲେର ମାର୍କେଟର ସାଇ ଜୁଏଲରି ଓ କୃଷ୍ଣା ଜୁଏଲରି ମାଲିକ କାହ୍ନୁ ନାୟକ କଟକର ଅମଲ ସେଠକୁ ସୁନା କିଣିବା ପାଇଁ ଗତ ୨୦୨୦ ମସିହାରେ ୨୦ଲକ୍ଷ ଟଙ୍କା (ଆରଟିଜିଏସ ) ମାଧ୍ୟମରେ ଦେଉଥିଲେ । ଆଉ ସେହି ଦିନ ଠାରୁ ଅମଲ ସେଠ କାଁହୁକୁ ସୁନା ଦେଉନଥିଲେ କିମ୍ବା ପଇସା ଫେରାଉ ନଥିଲେ । ବାରମ୍ବାର କହିବା ପରେ କାଁହୁ ଗତ ୨୦୨୦ ମସିହାରେ ଭଞ୍ଜନଗର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅମଲ ସେଠକୁ ଗିରଫ କରିବା ପାଇଁ ଦୁଇଥର ଆସି ଫେରିବା ପରେ ଆଜି ନୟାସଡକରେ ଥିବା ତାଙ୍କ ଦୋକାନରୁ ଗିରଫ କରିଛି ।

Leave a Reply

Your email address will not be published.