ମା’ ତାରିଣୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତ ଗଣ୍ଡିବେଡ ବଜାରରେ ଥିବା ମା’ ତାରିଣୀଙ୍କ ବାର୍ଷିକ ଉତ୍ସବ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ମୋଟ ୧୮ଗୋଟି କଳସ ଅଣାଯାଇଥିଲା । ସେଥିମଧ୍ୟରୁ ବାବାଜି ଚରଣ ମହାନ୍ତି, କୌଶଲ୍ୟା ମହାନ୍ତି, ରମେଶ ଚନ୍ଦ୍ର ମହାରଣା, ସୁବାସିନୀ ମହାରଣା ଓ ସ୍ନେହଲତା ବୁଗୁଡାଇ ମୁଖ୍ୟ କଳସ ଆଣିଥିଲେ । ପୂଜକ ମଧୁସୂଦନ ଆଚାର୍ଯ୍ୟ, ଶଙ୍କର୍ଷଣ ଆଚାର୍ଯ୍ୟ ଓ ସଦାଶିବ ଆଚାର୍ଯ୍ୟ ଯଥାବିଧି ପୂଜାପାଠ କରିଥିଲେ । ଏଥିରେ ରାମଚନ୍ଦ୍ର ବେହେରା, ଶ୍ରୀକାନ୍ତ ଲେଙ୍କା, ପଦ୍ମଲୋଚନ ଜେନା, ଅଭିମନ୍ୟୁ ରାଉଳ ଓ ମନୋରଞ୍ଜନ ମହାନ୍ତିଙ୍କୁ ସମଗ୍ର ପଞ୍ଚାୟତ ଓ ବଜାରବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published.