କଟକ ମାଲଗୋଦାମ ଅଞ୍ଚଳରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

କଟକ, (ଭରତ ମହାରଣା): କଟକ ମାଲଗୋଦାମ ଅଞ୍ଚଳରୁ ଆଜି ବିପୁଳ ପରିମାଣର ନକଲି ଜର୍ଦା, ଗୁଟକା, ପାନ ମସଲା ଓ ମାଦକ ଦ୍ରବ୍ୟ ଜବତ ହୋଇଛି । ତିନୋଟି ଗୋଦାମ ଉପରେ ପୋଲିସ ଓ ସିଏମସି ଟିମ ଏକାସାଙ୍ଗରେ ଚଢାଉ କରି ୧୦ କ୍ବିଇଣ୍ଟାଲ ସାମଗ୍ରୀ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି । ଏଥିସହିତ ଚଢାଉ ସାମଗ୍ରୀର ସାମ୍ପୁଲ ପରୀକ୍ଷା ପାଇଁ ପଠାଇଛି ।

କିଛି ଦିନର ଅନ୍ତରରେ ପୁଣି ଥରେ କଟକରୁ ଜବତ ହୋଇଛି ବିପୁଳ ପରିମାଣର ନକଲି ଜର୍ଦା, ଗୁଟକା, ପାନ ମସଲା ଓ ମାଦକ ଦ୍ରବ୍ୟ । ତିନୋଟି ଗୋଦାମରେ ଏପରି ଅପମିଶ୍ରିତ ସାମଗ୍ରୀ ପ୍ରସ୍ତୁତ ହେଉଥିବା ଖବର ପାଇ ପୋଲିସ ଓ ସିଏମସି ଟିମ ମିଳିତ ଭାବେ ଚଢାଉ କରିଥିଲେ। ଫଳରେ ପ୍ରାୟ ଦଶ କ୍ବିଇଣ୍ଟାଲରୁ ଅଧିକ ପରିମାଣର ସାମଗ୍ରୀ ଜବତ ହୋଇଥିଲା।

ବଡ କଥା ହେଉଛି ଗୁଟକା ଓ ଜର୍ଦାରେ ନିକୋଟିନ ବ୍ୟବହାରକୁ ରାଜ୍ୟ ସରକାର ୧୦ ବର୍ଷ ହେବ ଅସିଦ୍ଧ ଘୋଷଣା କରିଥିଲେ । କୋଟିକୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଥିଲେ ସୁଦ୍ଧା ନାଗରିକଙ୍କ ସ୍ବାସ୍ଥ୍ୟକୁ ସରକାର ଗୁରୁତ୍ୱ ଦେଇଥିଲେ । ତେବେ ଅସାଧୁ ଓ ଲାଭଖୋର ବ୍ୟବସାୟୀ ମାନେ ଏହାକୁ ନମାନି ମାଦକ ଦ୍ରବ୍ୟର ବ୍ୟବହାର କରୁଛନ୍ତି । ତେବେ ଜବତ ସାମଗ୍ରୀର ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି ।

Leave a Reply

Your email address will not be published.